ଚୋରା ବାଇକ୍‌ ଜବତ, ଅଭିଯୁକ୍ତ ଗିରଫ

ଯୁବକଙ୍କୁ ଆକ୍ରମଣ ଅଭିଯୁକ୍ତ ଗିରଫ

ଖଣ୍ଡଗିରି : ବାଇକ୍‌ ଚୋରି କରିଥିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ସାଲିଆସାହିରେ ରହୁଥିବା ଗଞ୍ଜାମ ପାଇକସାହିର ନିବାସୀ ମହାନ୍ତି(୨୦)। ପୁଲିସ ତା’ଠାରୁ ଚୋରି ବାଇକ୍‌ ଜବତ କରିଛି। ପୁଲିସ ସୂଚନାନୁସାରେ ଗତ ସପ୍ତାହରେ ଧର୍ମବିହାରରେ ରହୁଥିବା ପ୍ରଫୁଲ୍ଲ ନାହାକ କୌଣସି କାମରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଯାଇଥିବାବେଳେ ଅଟୋ ଷ୍ଟାଣ୍ଡରେ ତାଙ୍କ ବାଇକ୍‌ ରଖିଥିଲେ। ବାଇକ୍‌ରେ ଦୁଇଟି ଚାବି ପଡ଼ିଥିବା ସତ୍ବେ ନିବାସୀ ତାହାକୁ ଚୋରି କରି ନେଇଥିଲା।

ଯୁବକଙ୍କୁ ଆକ୍ରମଣ ଅଭିଯୁକ୍ତ ଗିରଫ
ଭୁବନେଶ୍ବର : ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ରାଧାକୃଷ୍ଣବସ୍ତିର ସୁରେଶ ନାୟକ(୩୨)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର ସୁବଳ ନାୟକଙ୍କ ସହ ସୁରେଶର ବିବାଦ ଲାଗି ରହିଥିଲା। ରବିବାର ରାତି ପ୍ରାୟ ୧୦ଟା ସମୟରେ ସୁବଳ ଘରକୁ ଫେରୁଥିବା ସମୟରେ ସୁରେଶ ତାଙ୍କୁ ଅଟକାଇଥିଲା। ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା। ସେ ପ୍ରତିବାଦ କରିବାରୁ ସୁରେଶ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏନେଇ ସୁବଳ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର