କ୍ୟାପିଟାଲ ହସ୍ପିଟାଲ ପରିସରରୁ ବାଇକ ଚୋରି

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପରିସରରୁ ଆଜି ଏକ ବାଇକ୍‌ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟାରେ ଛାତିରେ ଯନ୍ତ୍ରଣା ହେବାରୁ ଶାସ୍ତ୍ରୀନଗର ଅଞ୍ଚଳର କୈବଲ୍ୟ ସ୍ୱରୂପ (୨୭) ତାଙ୍କର କିଛି ସାଙ୍ଗମାନଙ୍କ ସହ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେ ଓ ତାଙ୍କ ସାଙ୍ଗ ରେଜିଷ୍ଟ୍ରେସନ କାଉଣ୍ଟର ବାହାରେ ବାଇକ୍‌ ରଖି ପ୍ରେସ୍କିପସନ ପାଇଁ ଭିତରକୁ ଯାଇଥିଲେ। ତେବେ ପାଞ୍ଚ ମିନିଟ ପରେ ସେମାନେ ଫେରି ଦେଖିଲା ବେଳକୁ ଗାଡ଼ି ନାହିଁ। ବହୁ ଖୋଜା ଖୋଜି ପରେ ନ ପାଇବାରୁ ସେମାନେ କ୍ୟାପିଟାଲ ହସ୍ପିଟାଲ ଭିତରେ ଥିବା ପୁଲିସ ଫାଣ୍ଡିରେ ଜଣାଇଥିଲେ। ପରେ ସେମାନେ ଏ ସଂପର୍କରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରଥିଲେ। ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲ ପରିସରରେ ବାରମ୍ବାର ଗାଡ଼ି ଚୋରି ହେଉଥିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର