ବାଇକରେ ଷ୍ଟଣ୍ଟ ଦେଖାଇବା ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଲା; ମାଲିକଙ୍କୁ ଗଣିବାକୁ ପଡ଼ିଲା ୨୮ ହଜାର ଟଙ୍କାର ତଣ୍ଡ

ଗାଜିଆବାଦ: ବାଇକରେ ବସି ରାସ୍ତାରେ ବିପଜ୍ଜନକ ଢଙ୍ଗରେ ଷ୍ଟଣ୍ଟ କରିବା ଦୁଇଜଣ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଗାଡ଼ି ମାଲିକଙ୍କୁ ୨୮ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି।

ଗତ ଶନିବାର ଦୁଇ ଯୁବତୀ ଏକ ବାଇକ୍‌ରେ ଷ୍ଟଣ୍ଟ ଦେଖାଉଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦୁହେଁ ପୋଷ୍ଟ ବି କରିଥିଲେ। ଏଥିରେ ଦେଖିବାକୁ ମିଳୁଛି କି ରୟାଲ ଏନଫିଲ୍ଡ ବାଇକ ସ୍ନେହା ରଘୁବଂଶୀ ଚଳାଉଥିବା ବେଳେ ତାଙ୍କ କାନ୍ଧରେ ଶିବାଙ୍ଗୀ ଦାବାସ ବସି ବିଭିନ୍ନ ପ୍ରକାର ଷ୍ଟଣ୍ଟ ଦେଖାଉଛନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ପାଖରେ ପହଞ୍ଚିଥିଲା। ଏହାପରେ ପୁଲିସ ଯୁବତୀଙ୍କ ଏହି ଭିଡିଓକୁ ଆଧାର କରି ସେମାନଙ୍କ ନାମରେ ଟ୍ରାଫିକ୍ ଆଇନ ଉଲ୍ଲଙ୍ଘନ କରିଥିବାରୁ ଚାଲାଣ କାଟିଛି। ଏଥିରେ ହେଲମେଟ୍‌ ନ ପନ୍ଧିବା ପାଇଁ ମଧ୍ୟ ଫାଇନକୁ ଲାଗୁ କରାଯାଇଛି।

 

ଷ୍ଟଣ୍ଟ ପାଇଁ ସ୍ନେହା ଓ ଶିବାଙ୍ଗୀ ଦୁଇଟି ଗାଡ଼ିର ବ୍ୟବହାର କରିଥିଲେ ବୋଲି ପୁଲିସ୍‌ କହିଛି। ଏଥିପାଇଁ ପୁଲିସ୍‌ ଦୁଇଟି ଯାକ ଗାଡ଼ିର ମାଲିକ ମଞ୍ଜୁ ଦେବୀ ଓ ସଞ୍ଜୟ କୁମାରଙ୍କ ନାଁରେ ଚାଲାଣ ପଠାଇଛି। ମଞ୍ଜୁ ଦେବୀଙ୍କ ନାଁରେ ୧୧ ହଜାର ଟଙ୍କା ଓ ସଞ୍ଜୟ କୁମାରଙ୍କ ନାଁରେ ୧୭ ହଜାର ଟଙ୍କାର ଚାଲାଣ କଟିଛି। ବୁଲେଟରେ ଷ୍ଟଣ୍ଟ ଦେଖାଉଥିବା ଦୁଇ ଜଣ ଯାକ ଯୁବତୀ ପେସାରେ ରେସଲର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର