ବାଇକ୍‌ ଚୋରି ଅଭିଯୋଗରେ ଯୁବକ ଗିରଫ

ଖଣ୍ଡଗିରି: ସ୍ଥାନୀୟ ଡୁମୁଡୁମା ହାଉସିଂ ବୋର୍ଡ କଲୋନିରୁ ଏକ ବାଇକ୍‌ ଚୋରି କରିଥିବା ଅଭିଯୋଗ‌ରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଆଇଗିଣିଆ ଦଳିତ ସାହିର ଗଜେନ୍ଦ୍ର ନାଏକ ଓରଫ୍ ଧଂଜ(୧୯)। ପୁଲିସ ତା ନିକଟରୁ ୨ଟି ବାଇକ୍‌ ଜବତ କରିଛି। ସୂଚନାନୁସାରେ ଗତ ସପ୍ତାହରେ ଡୁମୁଡୁମା ହାଉସିଂ ବୋର୍ଡ କଲୋନି ଫେଜ୍-୩ରେ ରହୁଥିବା ଆଶୁତୋଷ ପଟନାୟକଙ୍କ ବାଇକ୍‌ଟି ସନ୍ଧ୍ୟା ସମୟରେ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି କରି ନେଇଥିଲା। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଛାନ୍‌ଭିନ୍‌ରୁ ଧଂଜ ଏହି କାଣ୍ଡ କରିଛି ବୋଲି ପୁଲିସ ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର