ପାନ ଛେପ ପକାଇବା ପାଇଁ କାରର କବାଟ ଖୋଲିଲା ବେଳେ ବାଇକ୍‌ ଆରୋହୀ ପିଟି ହେଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ କାର୍‌ର ଡୋର୍‌ ସହିତ ଏକ ବାଇକ୍‌ ଧକ୍‌କା ହେବା ଫଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏକ କ୍ୟାବ୍‌ର ଡ୍ରାଇଭର୍‌ ପାନ ଖାଆନ୍ତି। ପାନ ଛେପ ବାହାରେ ପକାଇବା ଲାଗି ଡ୍ରାଇଭର ଜଣକ କାର୍‌ର ଡୋର୍‌ ଖୋଲିଥିଲେ।ଏହି ସମୟରେ ଜଣେ ବାଇକ୍‌ ଚାଳକ ଆସି ସେଠି ଟକ୍‌କର୍‌ ଦେଲେ। ଫଳରେ ବାଇକ୍‌ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
ଏହି ଘଟଣା ଆସିୟାନା ଅଞ୍ଚଳର। ପୁଲିସର ସୂଚନା ଅନୁଯାୟୀ, ରକାବଗଂଜର ଅଧିବାସୀ ଆୟୁଷ (୨୬) ଜଣେ ପରିବାର ବିକ୍ରେତା। ରାତି ପ୍ରାୟ ସାଢ଼େ ବାରଟା ବେଳେ ବାଇକ୍‌ ଆରୋହୀ ଆମିଆନାକୁ ଯାଉଥିଲେ। ସେ ମୁଣ୍ଡରେ ହେଲ୍‌ମେଟ୍‌ ପିନ୍ଧି ନଥିଲେ। ଆୟୁଷ ଏକ ପାଖରେ ପହଞ୍ଚିବା ବେଳେ ହଠାତ୍‌ କ୍ୟାବ୍‌ର କବାଟ ଖୋଲିଥିଲା ଓ ସେଥିରେ ପିଟି ହୋଇ ଥିଲା ଆୟୁଷ। ତା’ପରେ ଆୟୁଷ ଛାଟି ହୋଇ ତଳେ ପଡ଼ିଥିଲେ।

ତାଙ୍କୁ ନିକଟସ୍ଥ ଲୋକବନ୍ଧୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଆୟୁଷଙ୍କୁ ମୃତ ଘୋଷିତ କରିଥିଲେ। କ୍ୟାବ୍‌ର ଡ୍ରାଇଭର ନଫିସ୍‌ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ତାକୁ ଗିରଫ କରାଯାଇଛି। ନଫିସ ପୁଲିସକୁ କହିଛି ଯେ, ସେ ପାନ ପକାଇବା ଲାଗି କ୍ୟାବ୍‌ର କବାଟ ଖୋଲିଥିଲେ।

ସମ୍ବନ୍ଧିତ ଖବର