ପୋଲିସକୁ ଦେଖି ରାସ୍ତାରେ ଦେଢ଼ କୋଟି ଫୋପାଡି ପଳାଇଲେ ଚୋର

ଚେନ୍ନାଇ: ପୋଲିସକୁ ଦେଖି ଚମ୍ପଟ ମାରିଲେ ଚୋର ଆଉ ଫୋପାଡିଲେ ଦେଢ଼ କୋଟି ଟଙ୍କା | ଚେନ୍ନାଇର କଟୁରପୁରମର ବରଦପୁରମ ରାସ୍ତାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା | ସୋମବାର ଦିନ ରାସ୍ତାରେ ପୋଲିସକୁ ଦେଖି ଦୁଇ ଜଣ ବାଇକରେ ବସିଥିବା ବ୍ୟକ୍ତି ଦେଢ଼ କୋଟି ଟଙ୍କାର ଏକ ବ୍ୟାଗ ଫୋଫାଡ଼ି ଫେରାର ହୋଇଯାଇଥିଲେ | ପୋଲିସ ଯେତେବେଳେ ବ୍ୟାଗ ଉଠାଇ ଏହାକୁ ଖୋଲିଥିଲା ଏଥିରେ ଟଙ୍କା ଭର୍ତ୍ତି ଥିବା ସହ ଚାରିଟି ସୁନା ଚୁଡ଼ି ମଧ୍ୟ ମିଳିଥିଲା | ପୋଲିସ ତଦନ୍ତ କରି ଜାଣିଥିଲା ଯେ ସ୍ଥାନୀୟ ଏକ ବ୍ୟବସାୟୀଙ୍କ ଘରେ ଚୋରି କରି ଖସି ପଳାଉଥିଲେ | ତେବେ ରାସ୍ତାରେ ପୋଲିସକୁ ଦେଖି ଭୟରେ ବ୍ୟାଗକୁ ରାସ୍ତା ଉପରେ ଫୋଫାଡ଼ି ଖସି ପଳାଇଥିଲେ |

thehindu.

ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ କଟୁରପୁରମର ବ୍ୟବସାୟୀ ବାଲସୁବ୍ରମଣିଙ୍କ ସପରିବାର କୋଲକାତା ଯାଇଥିଲେ | ଘରର ପଛ କବାଟ ଭାଙ୍ଗି ଚୋରମାନେ ଚୋରି କରିଥିଲେ | ପରେ ସୁବ୍ରମଣି ପୋଲିସକୁ ଏହା ବାବଦରେ ସୂଚନା ଦେଇଥିଲେ | ତେବେ ପୋଲିସ ଏହି ଚୋରି ସମ୍ପର୍କରେ ତଦନ୍ତ କରିବା ସମୟରେ ରାସ୍ତାରୁ ଏହି ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ ପାଇଥିଲା | ଜଣାପଡିଛି ଯେ ପୋଲିସ ଚୋରି ହୋଇଥିବାର ଖବର ପାଇ ରାସ୍ତାରେ ସର୍ଚ୍ଚ ଅପରେସନ କରି ତନାଘନା କରୁଥିଲା | ଏହି ବାଟ ଦେଇ ଚୋରମାନେ ଖସିପଳାଇଯାଉଥିବାବେଳେ ପୋଲିସକୁ ଦେଖି ହଡ଼ବଡେ଼ଇ ଯାଇଥିଲେ | ତେବେ ପୋଲିସ କଲେ ଯାଞ୍ଚ କରି ଧରିଦେବା ଭୟରେ ରାସ୍ତା ଉପରେ ବ୍ୟାଗ ଫୋଫାଡ଼ି ଖସି ପଳାଇଥିଲେ| ପୋଲିସ ଏବେ ଏହି ଦୃବୁର୍ତ୍ତଙ୍କ ଧରିବାକୁ ଚେଷ୍ଟା କରୁଛି |

ସମ୍ବନ୍ଧିତ ଖବର