ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ସିଂହ ମଜିଥିଆ ସୋସିଆଲ ମିଡିଆରେ କିଛି ଆପତ୍ତିଜନକ ଫଟୋ ସେୟାର କରିଛନ୍ତି ।
ମାଜିଥିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଡକ୍ଟର ରବଜୋତ୍ ସିଂହଙ୍କ ଆପତ୍ତିଜନକ ଫଟୋ ସେୟାର କରି ଲେଖିଛନ୍ତି, ‘ ଏହା ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀଙ୍କ କାର୍ଯ୍ୟ। ଝିଅ ଏବଂ ଭଉଣୀମାନଙ୍କ ସମ୍ମାନ ସହିତ ଖେଳୁଥିବା କାମୁକ ମନ୍ତ୍ରୀଙ୍କ କାର୍ଯ୍ୟ। ଯଦି ପଞ୍ଜାବ ସରକାର, ଅରବିନ୍ଦ କେଜରିୱାଲ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଟିକିଏ ଲଜ୍ଜା ଅଛି, ତେବେ ତୁରନ୍ତ ଉକ୍ତ ମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ ଏବଂ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ। ମାନବତା ନାମରେ ସେ ହେଉଛନ୍ତି ଏକ କଳଙ୍କ। ଲଜ୍ଜା, ଲଜ୍ଜା, ମୋ ପାଖରେ ଏହି ଘଟଣାର ଏକ ଭିଡିଓ ମଧ୍ୟ ଅଛି ଏବଂ ମୁଁ ଏହାକୁ ଖୁବ୍ ଶୀଘ୍ର ପ୍ରକାଶ କରିବି।’
ନିଜର ଆପତ୍ତିଜନକ ଫଟୋ ଭାଇରାଲ ହେବାପରେ ରବଜୋତ୍ ସିଂହ ସଫେଇ ଦେଇ କହିଛନ୍ତି, ‘ଏହି ଫଟୋ ନକଲି ଅଟେ। କିଛି ନେତା ଏଆଇ ସାହାଯ୍ୟରେ ମୋର ପୂର୍ବତନ ପତ୍ନୀଙ୍କ ସହ ବ୍ୟକ୍ତିଗତ ଫଟୋକୁ ଏଡିଟ୍ କରି ସୋସିଆଲ ମିଡିଆରେ ପ୍ରସାରିତ କରୁଛନ୍ତି।
ଲୁଧିଆନା ଉପନିର୍ବାଚନର ମାତ୍ର ଦୁଇ ଦିନ ପୂର୍ବରୁ, ଏହି ନୀଚ କାର୍ଯ୍ୟ ପ୍ରମାଣିତ କରୁଛି ଯେ ପରାଜୟର ଭୟ ବିରୋଧୀଙ୍କୁ ଭୁଲ କାମ କରିବାକୁ ବାଧ୍ୟ କରୁଛି। ଏହି ଘୃଣ୍ୟ ଷଡ଼ଯନ୍ତ୍ର ପାଇଁ ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି। ମାନହାନି ମାମଲା ମଧ୍ୟ ଦାୟର କରିବି।
ମାଜିଥିଆଙ୍କ ଏଭଳି ଦାବି ପଞ୍ଜାବ ରାଜନୀତିରେ ହଇଚଇ ସୃଷ୍ଟି କରିଛି। କାରଣ ଆସନ୍ତା ଜୁନ୍ ୧୯ରେ ଲୁଧିଆନା ପଶ୍ଚିମ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି।