ବିଲାସପୁର: କପି କରି ଧରା ପଡ଼ିବାରୁ ଜୀବନ ହାରିଲେ ଛାତ୍ରୀ। ଛତିଶଗଡ଼ର ବିଲାସପୁରରେ ଘଟିଛି ଏଭଳି ଘଟଣା। ଛାତ୍ରୀଜଣକ କପି କରି ଧରାପଡ଼ିବା ପରେ ତାଙ୍କୁ ଘରକୁ ପଠାଇଦିଆଯାଇଥିଲା। ଏହା ପରେ ତାଙ୍କୁ ପୁଣି ଘରୁ କଲେଜକୁ ଡକାଯାଇ କ୍ଷମା ପ୍ରାର୍ଥନା ପତ୍ର ଲେଖିବାକୁ କୁହାଯାଇଥିଲା ଏବଂ ସେଥିରେ ଦସ୍ତଖତ କରିବାକୁ କୁହାଯାଇଥିଲା। କେବଳ ଏତିକି ନୁହେଁ, ଛାତ୍ରୀଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ଆଗରେ ବହୁତ ଗାଳି ମଧ୍ୟ ଶୁଣିବାକୁ ପଡ଼ିିଥିଲା। ଏସବୁ ସହି ନପାରି ଛାତ୍ରୀଜଣଙ୍କ ଜୀବନ ହାରିଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏତଲା ରୁଜୁ କରି ପଚରାଉଚରା ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ମୃତକଜଣକ ବିଏସସି ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ। ଏପ୍ରିଲ ୬ରେ ଭରନୀ ରାସ୍ତା ନିକଟରେ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ମୂଳତଃ ପଥରିଆ ଅଞ୍ଚଳର ଗଙ୍ଗଦ୍ବାରୀର ବାସିନ୍ଦା ଥିବା ଛାତ୍ରୀ ଚନ୍ଦେଲା ନଗରସ୍ଥିତ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ଛାତ୍ରୀଙ୍କ ବିଏସସି ପରୀକ୍ଷା ଗତ ବୁଧବାର ଥିଲା। ଏହି ସମୟରେ ସେ କପି କରୁଥିବା ବେଳେ ଧରାପଡ଼ିଥିଲେ। ଏହା ପରେ କଲେଜ ପ୍ରଶାସନ ଛାତ୍ରୀଙ୍କୁ ଘରକୁ ପଠାଇଦେଇଥିଲେ। ହେଲେ ତାଙ୍କୁ ପୁଣି ଘରୁ ସ୍କୁଲକୁ ଡକାଯାଇ କ୍ଷମା ପ୍ରାର୍ଥନା ପତ୍ର ଲେଖିବାକୁ କୁହାଯାଇଥିଲା ଏବଂ ସେଥିରେ ଦସ୍ତଖତ କରିବାକୁ କୁହାଯାଇଥିଲା। କେବଳ ଏତିକି ନୁହେଁ, ଛାତ୍ରୀଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ଆଗରେ ବହୁତ ଗାଳି ମଧ୍ୟ ଶୁଣିବାକୁ ପଡ଼ିିଥିଲା। ଏସବୁ ଅପମାନ ସହିନପାରି ଛାତ୍ରୀ ଆତ୍ମହତ୍ୟାକୁ ବାଛି ନେଇଥିବା କୁହାଯାଉଛି।