ନୂଆଦିଲ୍ଲୀ : ପଶୁମାନଙ୍କୁ ମାଡ଼ ମାରିବା ସହ ସେମାନଙ୍କ ସହ ଅସଦାଚରଣର ଖବର ଆଗରୁ ଅନେକ ଥର ସାମ୍ନାକୁ ଆସି ସାରିଛି । କିଛି ଲୋକ ନିଜ ଘରେ ରଖିଥିବା ପୋଷା ପଶୁମାନଙ୍କୁ ମାରୁଥିବାର ଭିଡ଼ିଓ ଅନେକ ଥର ଭାଇରାଲ ହୋଇଥିବା ବେଳେ ଏବେ ଆଉ ଏକ ଖବର ଚର୍ଚ୍ଚାର ପରିସରକୁ ଆସିଛି । ଇନ୍ଷ୍ଟାଗ୍ରାମର ରାଜା ବୋଲି କୁହାଯାଉଥିବା ଜଣେ ଯୁବକ ତାଙ୍କ କୁକୁର ଯୌନ ଅସଦାଚରଣର ଶିକାର ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି । ଏ ନେଇ ସେ ଜଣେ ପ୍ରସିଦ୍ଧ ମଡ଼େଲଙ୍କୁ ଦାୟୀ କରିଥିବା ବେଳେ ଫଟୋ ଉଠାଇବା ବାହାନାରେ ସେ ମୋ କୁକୁର ସହ ଯୌନ ଅସଦାଚରଣ କରିଥିଲେ ବୋଲି କହିଛନ୍ତି ।
/sambad/media/post_attachments/wp-content/uploads/2018/04/aa-Cover-30e3r54jt2mqc0qgvfm3014p63-20180430155501.Medi_-300x168.jpeg)
ସୂଚନା ମୁତାବକ, ଇନ୍ଷ୍ଟାଗ୍ରାମର ରାଜା ବୋଲି କୁହାଯାଉଥିବା ଟୋନି ଟାଉଟାନୀ ପ୍ରସିଦ୍ଧ ମଡ଼େଲ ଡ଼ିନା ମୌନିରାଙ୍କ ଉପରେ ଏହି ଅଭିଯୋଗ କରିଛନ୍ତି । ଫଟୋସୁଟ୍ରେ ମୋ ପୋଷା କୁକୁରକୁ ବ୍ୟବହାର କରାଯାଇଥିବା ବେଳେ ଫଟୋସୁଟ୍ ସମୟରେ ସେ ମୋ କୁକୁର ସହ ଯୌନ ଅସଦାଚରଣ କରିଥିଲେ । ଅନ୍ୟ ପକ୍ଷରେ ଟୋନିଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡ଼ିନା ମୌନାରା । ମୁଁ ତାଙ୍କ କୁକୁର ସହ ନୁହେଁ ବରଂ ସେ ମୋ ସହ ଯୌନ ଅସଦାଚରଣ କରିଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି । ତେବେ ପୁଲିସକୁ ଏ ନେଇ କୌଣସି ସ୍ପଷ୍ଟତା ମିଳି ନ ଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।