ଭ୍ୟାଲେଣ୍ଟାଇନ ଡେ’ରେ ହୋଇଥିଲା ବିବାହ, ଦୁଇଦିନ ପରେ ନବବଧୂ କନ୍ୟା ସନ୍ତାନକୁ ଦେଲେ ଜନ୍ମ ! ଉଭୟ ପରିବାର ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସି ସାରିବଣି କି ଏହି ଘଟଣା ବାସ୍ତବରେ ଘଟିଛି ନା କାଳ୍ପନିକ? ତେବେ ଏଭଳି ଏକ ଘଟଣା ହରିୟାଣାର ଅମ୍ବାଲା ସହରରେ ଘଟିଥିବା ଜଣାପଡ଼ିଛି।  ମନମୋହନ ନଗରରେ ଫେବ୍ରୁଆରି ୧୪ ତାରିଖ ଅର୍ଥାତ ଭ୍ୟାଲେଣ୍ଟାଇନ ଡେ’ରେ ଜଣେ ୨୦ବର୍ଷୀୟ ଯୁବତୀଙ୍କର ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା। ବିବାହର ଦୁଇଦିନ ପରେ ନବବଧୂ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେ ସେଠାରେ ଏକ କନ୍ୟା ସନ୍ତାନକୁ ପ୍ରସବ କରିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଏହି ଖବର ଶୁଣିବା ପରେ ଉଭୟ କନ୍ୟା ଓ ବରପକ୍ଷଙ୍କ ହୋସ୍‌ ଉଡ଼ି ଯାଇଥିଲା। କେବଳ ଏତିକି ନୁହେଁ,  ନବବଧୂଙ୍କ ସ୍ୱାମୀଙ୍କର ବି ପାଦତଳୁ ମାଟି ଖସି ଯାଇଥିଲା।

Image result for birth-of-a-girl-after-two-days-of-marriage
Navbharat Times

ଅମ୍ବାଲା ମହିଳା ଥାନା ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ମନମୋହନ ନଗରରେ ଘଟିଛି। ଫେବ୍ରୁଆରି ୧୪ (ଭ୍ୟାଲେନ୍‌ଟାଇନ୍‌ ଡେ’)ରେ ଯୁବତୀଙ୍କ ବିବାହ ହୋଇଥିଲା। ବିବାହର ଦୁଇଦିନ ପରେ ଅର୍ଥାତ୍‌ ଗତ ସୋମବାର ତାଙ୍କର ରକ୍ତସ୍ରାବ ହୋଇଥିଲା। ଯେଉଁ କାରଣରୁ ତାଙ୍କୁ ହସ୍‌ପିଟାଲ ଅଣାଯାଇଥିଲା। ସେଠାରେ ଭର୍ତ୍ତି କରିବା ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏବେ ମା’ କିିଛି କହିବା ସ୍ଥିତିରେ ନାହିଁ। ମା’ ସୁସ୍ଥ ହେଲେ ଯାଇ କିଛି ପଚରାଉଚରା କରାଯାଇ ମାମଲାର ଯାଞ୍ଚ କରାଯିବ। କନ୍ୟାର ଶାଶୁଘର ଲୋକ ନବଜାତକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏପଟେ ଯୁବତୀଙ୍କ ବଡ଼ ଭଉଣୀ ପଡ଼ିଶା ଘରର ଜଣେ ଯୁବକଙ୍କୁ ଦୋଷୀ ବୋଲି ସନ୍ଦେହ କରୁଛନ୍ତି।

Image result for birth-of-a-girl-after-two-days-of-marriage
Telegraph
ସମ୍ବନ୍ଧିତ ଖବର