ସୁରଟ: ସୁରଟର ଜଣେ ବ୍ୟକ୍ତି ୬ ଥର ବିବାହ କରି ବିଫଳ ହେବା ପରେ ଏବେ ସପ୍ତମ ଥର ବିବାହ କରିବାକୁ ଯୋଜନା କରୁଛନ୍ତି। ସେ ଗତ ବର୍ଷ ସେପ୍ଟେମ୍ବର ମାସରେ ତାଙ୍କର ଷଷ୍ଠ ବିବାହ କରିଥିଲେ। ମାତ୍ର ତାଙ୍କର ପତ୍ନୀ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ପୂର୍ବରୁ ବ୍ୟକ୍ତି ଜଣକ ଆଉ ୫ ଜଣଙ୍କୁ ବିବାହ କରି ସାରିଛନ୍ତି ସେ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ମନା କରିଦେଲେ । ବ୍ୟକ୍ତି ଜଣକ ତାଙ୍କ ଷଷ୍ଠତମ ପତ୍ନୀଙ୍କଠାରୁ ୨୧ ବର୍ଷ ବଡ଼ ବୋଲି ଜାଣିବାକୁ ମିଳିଛି। ଗତ ବର୍ଷ ଯେଉଁ ମହିଳାଙ୍କୁ ସେ ବିବାହ କରିଥିଲେ ସେ ମହିଳା ଜଣକ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସେ ଏବେ ସପ୍ତମ ବିବାହ କରିବାକୁ ଚାହାନ୍ତି।
ଏହି ବ୍ୟକ୍ତିଙ୍କ ନାମ ଆୟୁବ ଦେଗିୟା। ସେ ଗତବର୍ଷ ସେପ୍ଟେମ୍ବରରେ ଷଷ୍ଠତମ ବିବାହ କରିବା ପରେ ଡିସେମ୍ବରରେ ତାଙ୍କ ପତ୍ନୀ ତାଙ୍କଠାରୁ ଅଲଗା ହୋଇଥିଲେ। ୬୩ ବର୍ଷିଅ ଆୟୁବ କହନ୍ତିଙ୍କ ତାଙ୍କର ମଧୁମେହ, ହୃଦ୍ରୋଗ ଏବଂ ଅନ୍ୟ ରୋଗ ଅଛି। ସେଥିପାଇଁ ତାଙ୍କ ସହ ସୁଶାରୀରିକ ସଂପର୍କ ରଖିବା ପାଇଁ ଜଣେ ଜୀବନସାଥୀର ଆବଶ୍ୟକତା ଅଛି।
ଆୟୁବ ଏବେ ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରସ୍ତାବ ଦେବା ସହ ସେ ତାଙ୍କର ପୂରା ଯତ୍ନ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ସେ ଆହୁରି ବି ୨ ଲକ୍ଷ ଟଙ୍କାର ଗହଣା ସହ ଘର ଉପହାର ଦେବାକୁ ମହିଳାଙ୍କୁ କହିଛନ୍ତି।
ଆୟୁବଙ୍କ ଷଷ୍ଠ ପତ୍ନୀଙ୍କ ଅଭିଯୋଗ ମୁତାବକ, ଗ୍ରାମବାସୀମାନେ କୁହନ୍ତି କି ଆୟୁବଙ୍କର ବହୁ ନାରୀଙ୍କ ସହ ସଂପର୍କ ରଖିବା ପରି ପ୍ରବୃତି ରହିଛି। ସେ ଜଣେ ମହିଳାଙ୍କ ସହିତ କିଛି ଦିନ ସଂପର୍କରେ ରହିବା ପରେ ପୁଣି ନୂଆ ମହିଳା ଖୋଜନ୍ତି। ଏହି କାରଣରୁ ତାଙ୍କ ନାମରେ ଅଭିଯୋଗ ଦାୟର କରାଯାଇ ତାଙ୍କୁ ଗିରଫ କରାଯାଇଛି ଓ ଘଟଣାର ତଦନ୍ତ ଆରମ୍ଭ ହୋଇଛି।