ଲେକ୍ଷ୍ନୗ: ଉତ୍ତର ପ୍ରଦେଶରେ ଜଣେ ପୁଲିସ ନିଜର ଜଣେ ବାନ୍ଧବୀଙ୍କ ସହ ରେସ୍ତୋରାଁକୁ ରାତ୍ରଭୋଜନ ପାଇଁ ଯାଇଥିଲେ। କିନ୍ତୁ ରେସ୍ତୋରାଁ ମାଲିକ ତଥା ବିଜେପି କାଉନସିଲର ପୁଲିସଙ୍କୁ ଯେଉଁଭଳି ଭାବେ ମାଡ଼ ମାରିଛନ୍ତି ସେଥିରେ ପୁଲିସ ଜଣଙ୍କ ସିଧା ରେସ୍ତୋରାଁରୁ ଯାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ବିଜେପି କାଉନସିଲରଙ୍କୁ ଗିରଫ କରାଯାଇଛି। ମୋହିଉଦ୍ଦିନପୁର ଥାନା ଅଧିକାରୀ ସୁଖପାଲ ସିଂହ ପାୱାର ଗତକାଲି ଏକ ରେସ୍ତୋରାଁକୁ ରାତ୍ରି ଭୋଜନ ପାଇଁ ଯାଇଥିେଲ। ସୁଖପାଲଙ୍କର ଜଣେ ରେସ୍ତୋରାଁ କର୍ମଚାରୀଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା। ରେସ୍ତୋରାଁ ମାଲିକ ତଥା ଜଣେ ବିଜେପି କାଉନସିଲର ମନୀଷ କୁମାର ପୁଲିସଙ୍କୁ ଖୁବ୍ ମାଡ଼ ମାରିଥିଲେ।
ପୁଲିସ୍ଙ୍କୁ ମାଡ଼ ମାରି ବିଜେପି କାଉନ୍ସିଲର ଗିରଫ
/sambad/media/post_attachments/wp-content/uploads/2018/10/man-arrested-for-spying.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)