ପୂର୍ବ ବିଜେପି ବିଧାୟକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବୋହୂ, ବନ୍ଧୁକ ମୁନରେ କରିଥିଲେ ଦୁଷ୍କର୍ମ

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକା ଓ ନାଙ୍ଗଲୋଇରୁ ବିଜେପିର ପୂର୍ବତନ ବିଧାୟକ ମନୋଜ ସୌକିନ୍‌ଙ୍କ ଉପରେ ତାଙ୍କ ବୋହୂ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ମନୋଜ ନିଜ ବୋହୂ ସହ ଦୁଷ୍କର୍ମ କରିଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ଡିସେମ୍ବର ୩୧, ୨୦୧୮ ରାତିରେ ଘଟିଥିବା ବେଳେ ଅଭିଯୁକ୍ତ ଶଶୁର ବନ୍ଧୁକ ମୁନରେ ଏଭଳି ଅପରାଧ କରିଥିବା କହିଛନ୍ତି ତାଙ୍କ ବୋହୂ ।

Image result for rape

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଡିସେମ୍ବର ୩୧, ୨୦୧୮ ରାତିରେ ପରିବାର ପକ୍ଷରୁ ହୋଟେଲରେ ଏକ ପାର୍ଟି ରଖାଯାଇଥିଲା । ପାର୍ଟିି ସାରି ଘରକୁ ଫେରିବା ପରେ ଅଭିଯୁକ୍ତ ଶଶୁର ବନ୍ଧୁକ ମୁନରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଅଗଷ୍ଟ ୮, ୨୦୧୯ରେ ପୀଡ଼ିତା ଦିଲ୍ଲୀ ପୁଲିସ ଆଗରେ ଏ ନେଇ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ଦୁଷ୍କର୍ମ ହେବା ପୂର୍ବରୁ ପୀଡ଼ିତା ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ମଧ୍ୟ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଯାହା ପାଇଁ ସେ କିଛି ମାସ ଅପେକ୍ଷା କରିବା ପରେ ଏବେ ପୁଣି ଦୁଷ୍କର୍ମର ଅଭିଯୋଗ କରିବାକୁ ସାହାସ କରିଥିବା କହିଛନ୍ତି । ଏହା ସହ ପୁଲିସ ମଧ୍ୟ ନ୍ୟାୟ ଦେବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର