ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ କଲେ ବିଜେପି ନେତା ଓ ତାଙ୍କ ଭିଣୋଇ

ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗରୌଲିରେ ଜଣେ ଝିଅକୁ ଅପହରଣ ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏବଂ ତାଙ୍କ ଭିଣୋଇଙ୍କୁ ସିଙ୍ଗରୌଲି ଜିଲ୍ଲା ପୁଲିସ ଗିରଫ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୀଡିତା ପୁଲିସକୁ କହିଛନ୍ତି ଯେ ବିଜେପିର ସରାଇ ମଣ୍ଡଳ ସଭାପତି କୋମାଲ ଗୁପ୍ତା ଏବଂ ତାଙ୍କ ଭିଣୋଇ ଧର୍ମେନ୍ଦ୍ର ଗୁପ୍ତା ତାଙ୍କ ବିବାହର ତିନି ଦିନ ପୂର୍ବରୁ ଜାନୁଆରି ୨୭ରେ ତାଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଥିଲେ। ସେହିଦିନ ଝିଅର ପରିବାର ସଦସ୍ୟ ଥାନାରେ ଯୁବତୀଙ୍କ ନିଖୋଜ ରିପୋର୍ଟ ଲେଖାଇଥିଲେ। ପରେ ପୀଡିତାଙ୍କୁ ଫେବ୍ରୁଆରି ୧୯ରେ ବାଲାଘାଟରୁ ଉଦ୍ଧାର କରାଯାଇଥିଲା।

ପୀଡିତା ତାଙ୍କ ଅଭିଯୋଗରେ କହିିଛନ୍ତି ଯେ ତାଙ୍କୁ କିଛି ପଦାର୍ଥ ଶୁଙ୍ଘିବା ପାଇଁ ଜୋରଜବରଦସ୍ତ ଦିଆଯିବା ପରେ ଧର୍ମେନ୍ଦ୍ର ଗୁପ୍ତା ଏବଂ କୋମଲ ଗୁପ୍ତା ତାଙ୍କୁ ତାଙ୍କ ଘରୁ ଅପହରଣ କରି ନେଇଥିଲେ। ପୀଡିତା ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସେ ଜବଲପୁର ନିକଟରେ କୌଣସି ସ୍ଥାନରେ ଚେତା ଫେରିପାଇଥିଲେ, ଯେଉଁଠାରୁ କୋମଲ ଗୁପ୍ତା ଧର୍ମେନ୍ଦ୍ର ଗୁପ୍ତାଙ୍କ ଠାରୁ ଅଲଗା ହୋଇଥିଲେ। ତା’ପରେ ସେ ତାଙ୍କୁ ବାଲାଘାଟକୁ ଏକ ବସ୍‌ରେ ନେଇଥିଲେ ଯେଉଁଠାରେ ତାଙ୍କୁ ତାଙ୍କ ମାଉସୀଙ୍କ ବାସଭବନରେ ରଖାଯାଇଥିଲା ଏବଂ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା।
ଏ ସଂପର୍କରେ ସିଙ୍ଗରୌଲି ଆରକ୍ଷୀ ଅଧୀକ୍ଷକ ବୀରେନ୍ଦ୍ର କୁମାର ସିଂ କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଧର୍ମେନ୍ଦ୍ର ଗୁପ୍ତାଙ୍କୁ ଗିରଫ କରାଯାଇ ଥିବାବେଳେ କୋମଲ ଗୁପ୍ତା ଏବେ ବି ଫେରାର ଅଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଧର୍ମେନ୍ଦ୍ର ଗୁପ୍ତା ବଳାତ୍କାର କରିଥିଲେ ଏବଂ କୋମଲ ଗୁପ୍ତା ତାଙ୍କୁ ଅପହରଣରେ ସାହାଯ୍ୟ କରିଥିଲେ। ଆମେ ଉଭୟ ଅଭିଯୁକ୍ତଙ୍କୁ ଉପଯୁକ୍ତ ବିଭାଗ ଅଧୀନରେ ଗିରଫ କରିଛୁ ଏବଂ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ଏସପି କହିଛନ୍ତି।

ସମ୍ବନ୍ଧିତ ଖବର