ମୃତ୍ୟୁ ପୂର୍ବରୁ ଭିଡିଓ କରି ସଂପର୍କୀୟଙ୍କୁ ସମର୍ପିଥିଲେ ବିଜେପି ନେତ୍ରୀ ଶ୍ବେତା, ଜାଣନ୍ତୁ କ’ଣ ଥିଲା ଭିଡିଓରେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜେପି ନେତ୍ରୀ ତଥା ବାନ୍ଦା ଜିଲ୍ଲା ପଞ୍ଚାୟତ ସଦସ୍ୟା ଶ୍ବେତ‌ା ଗୌର୍‌ଙ୍କ ମୃତ୍ୟୁ ରହସ୍ୟ ଉପରୁ ଗୋଟାଏ ପରେ ଗୋଟାଏ ପରଦା ହଟିବାରେ ଲାଗିଛି। ତାଙ୍କର ସୋସିଆଲ୍‌ ମିଡିଆରୁ ଆରମ୍ଭ କରି ବାସ୍ତବିକ ଜୀବନରେ ଅନେକ ପ୍ରଶଂସକ ରହିଛନ୍ତି। ତେବେ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ହିଁ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ଏପରିକି ଏହାର ପ୍ରମାଣ ଥିବା ଏକ ଭିଡିଓକୁ ସେ ନିଜ ସଂପର୍କୀୟଙ୍କୁ ସମର୍ପି ଯାଇଛନ୍ତି।

ଏହି ଭିଡିଓରେ ରାଜେଶ ସିଂହ ବୋଲି ଏକ ନାଁ ସାମ୍ନାକୁ ଆସିଛି। ଏହି ଭିଡିଓରୁ ଅନୁମାନ ଲଗାଯାଉଛି ଯେ ରାଜେଶ ସିଂହ ନାମକ ଏହି ବ୍ୟକ୍ତି ‌ଶ୍ବେତାଙ୍କ ମୃତ୍ୟୁର କାରଣ ମଧ୍ୟ। ଶ୍ବେତା ସଂପର୍କୀୟଙ୍କ ଜରିଆରେ ସବୁ ପ୍ରମାଣ ଗଣମାଧ୍ୟମକୁ ଦେଇଥିବା ପ୍ରକାଶ ପାଇଛି।

ଏପଟେ ଶ୍ବେତାଙ୍କ ଝିଅ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ମାଆଙ୍କ ପାଇଁ ନ୍ୟାୟା ଭିକ୍ଷା କରିଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ମାଆଙ୍କୁ ତାଙ୍କ ବାପା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ତେବେ ଅଭିଯୁକ୍ତ ଶ୍ବେତାଙ୍କ ସ୍ବାମୀ ଦିପକ ସିଂହ ଏବେ ଜେଲ୍‌ରେ।

ଆପଣ ଜାଣିବାକୁ ଚାହୁଁଥି‌ବେ ସଂପର୍କୀୟଙ୍କୁ ଶ୍ବେତା ଦେଇ ଯାଇଥିବା ଭିଡିଓରେ ଏପରି କ’ଣ ଥିଲା? ଭିଡିଓରେ ଦେଖିବାକୁ ମିଳିଛି ଯେ ‘ମୃତ୍ୟୁ ପୂର୍ବରୁ ଶ୍ବେତା ତାଙ୍କ ସ୍ବାମୀଙ୍କୁ କହୁଛନ୍ତି କି ରାଜେଶ ସିଂହ ଆମ ଘରକୁ ନଆସିବା ଉଚିତ। ଯଦି ସେ ଏଠାକୁ ଆସେ ମୁଁ ସବୁ କଥା ମମ୍ମି, ପାପାଙ୍କୁ କହିବି।’ ଏହାକୁ ଶୁଣି ଦୀପକ ରାଗି ଯାଇ କହୁଛନ୍ତି, ‘ରାଜେଶ ଏଠିକୁ ଆସିବ। ସବୁଦିନ ଆସିବ ଓ ଏବେ ଆସିବ।

ସମ୍ବନ୍ଧିତ ଖବର