ଏନ୍‌ସିପି ନେତ୍ରୀଙ୍କୁ ରାସ୍ତା ମଝିରେ ଚାପୁଡ଼ା ଓ ଗୋଇଠା ମାରିଲେ ବିଜେପି ବିଧାୟକ, ଭିିଡିଓ ଭାଇରାଲ୍‌ ହେବା ପରେ ମାନିଲେ ଦୋଷ

ଗାନ୍ଧୀଗନର: ଗୁଜୁରାଟର ବିଜେପି ବିଧାୟକ ବଳରାମ ଥଓ୍ଵାନି ରାସ୍ତା ମଝିରେ ଜଣେ ମହିଳା ଏନ୍‌ସିପି ନେତ୍ରୀଙ୍କୁ ମାଡ଼ ଓ ଗୋଇଠା ମାରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନ୍‌ସିପି ନେତ୍ରୀ ଜଣଙ୍କ ତାଙ୍କର ଏକ କାମ ନେଇ ବିଜେପି ବିଧାୟକଙ୍କ ନିକଟରେ ପହଞ୍ଚିବା ପରେ ବିଜେପି ବିଧାୟକ ତାଙ୍କ ଅଫିସ୍‌ ସମ୍ମୁଖରେ ପ୍ରଥମେ ମହିଳାଙ୍କୁ ଚାପୁଡ଼ା ଓ ପରେ ଗୋଇଠା ମାରିଥିବା ଅଭିଯୋଗ ହୋଇଛି।

ସେ ସମୟର ଏକ ଭିଡିଓ ଏବେ ସାସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ସୋସିଆଲ୍‌ ମିଡିଆରେ ଏହି ଘଟଣାକୁ ତୀବ୍ର ନିନ୍ଦା ହେବା ପରେ ସଫେଇ ଦେଇ ବିଧାୟକ ବଳରାମ ଥଓ୍ଵାନି କହନ୍ତି, ‘ମୁଁ ଏକ ଭାବପ୍ରବଣତାରେ ଆସି ଏଫରି କରି ପକାଇଛି। ମୁଁ ମୋ ଭୁଲ୍‌ ସ୍ୱୀକାର କରୁଛି। ଏହା ଉଦେଶ୍ୟମୂଳକ ଭାବେ ନଥିଲା। ମୁଁ ଗତ ୨୨ ବର୍ଷ ହେବ ରାଜନୀତିରେ ଅଛି। ପୂର୍ବରୁ ଏପରି କେବେ ବି ଘଟିନଥିଲା। ମୁଁ ମୋର ଭୁଲ୍‌ ପାଇଁ ଉକ୍ତ ମହିଳାଙ୍କୁ କ୍ଷମା ମାଗିନେବି।’

ସମ୍ବନ୍ଧିତ ଖବର