ସାବଧାନ! ଏମିତି ଚାଲିଛି ସେକ୍ସ ଓ ବ୍ଲକ୍‌ମେଲର ଖେଳ, ଆପଣ ବି ହୋଇପାରନ୍ତି ଶିକାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯେତିକି ସବୁଧା ସେତିକି ଅସୁବିଧା ମଧ୍ୟ। ସୋସିଆଲ ମିଡିଆକୁ ଆଧାର କରି କେହିକେହି ଚର୍ଚ୍ଚାରେ ରହୁଥିବା ବେଳେ କେତେଜଣ ନୀରିହ ଲୋକମାନେ ଦୁଷ୍ଟ ପ୍ରକୃତିର ଲୋକମାନଙ୍କ ଜାଲରେ ଫସି ଯାଉଛନ୍ତି ଏବଂ ଏଥିରୁ ମୁକୁଳି ନପାରି ନିଜ ପରିବାର ଓ ଟଙ୍କା ଆଦିକୁ ବଳି ଦେବାକୁ ବି ପଛାଉ ନାହାନ୍ତି। ଅନେକ ଥର ତ ଲୋକମାନେ ଏଭଳି ଲୋକଙ୍କ ଅତ୍ୟାଚାର ସହି ନପାରି ନିଜ ଜୀବନ ବି ଦେଇ ଦେଉଛନ୍ତି।

ସୋସିଆଲ ମିଡିଆ କିମ୍ବା ଆପ୍‌ ଜରିଆରେ ଲୋକମାନେ ସହଜରେ ଦୁଷ୍ଟ ପ୍ରକୃତିର ଲୋକଙ୍କ ଜାଲରେ ଫସି ଯାଉଛନ୍ତି। ଏଭଳି ଲୋକମାନେ ନୀରିହ ଲୋକଙ୍କୁ ନିଜର ଶିକାର ବନାଇବା ପାଇଁ ନକଲି ଫଟୋ, ଭିଡିଓ, ଆଦି ବ୍ୟବହାର କରି ଥାଆନ୍ତି। ମିଠାମିଠା ଓ ସମ୍ଭେଦନଶୀଳ କଥା କହି ପ୍ରଥମେ ଯେଉଁ ବ୍ୟକ୍ତିଙ୍କ ଟାର୍ଗେଟ କରିଥାଆନ୍ତି ତାଙ୍କୁ ଜାଲରେ ଫସାଇବାକୁ ଚେଷ୍ଟା କରନ୍ତି। ଜାଲରେ ଫସିଗଲା ପରେ ଉକ୍ତ ବ୍ୟକ୍ତିଙ୍କ ସହ ଯାହା ଇଚ୍ଛା ତାହା କରି ଥାଆନ୍ତି। ଏହାପରେ ହଠାତ ବ୍ଲାକ୍‌ମେଲ କରିବା ଆରମ୍ଭ କରି ଦେଇ ଥାଆନ୍ତି।

ଅନ୍‌ଲାଇନ୍‌ କ୍ର୍ରାଇମ୍‌ର ଶିକାର ହେଉଥିବା ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ଥାଏ। ଉଦାହରଣ ସ୍ୱରୂପ ୧୫ଜଣଙ୍କ ମଧ୍ୟରୁ ୧୦ଜଣ ପୁରୁଷ ଏହି ଫାସରେ ଫସି ଯାଇଥାଆନ୍ତି। ସର୍ଭେରୁ ଜଣାପଡ଼ିଛି, ପୁରୁଷମାନେ ସେମାନଙ୍କ ମଡିଆ ଆକାଉଣ୍ଟର ପ୍ରାଇଭେସି ଉପରେ ବିଶେଷ ଧ୍ୟାନ ଦେଇ ନଥାଆନ୍ତି। ଏଥିପାଇଁ ଏମାନଙ୍କୁ ଶିକାର ବନାଇବା ପାଇଁ ସୁବିଧା ହୋଇଥାଏ।

ଏଭଳି ଲୋକଙ୍କ ଶିକାରରୁ ଏପରି ରଖନ୍ତୁ ନିଜକୁ ସୁରକ୍ଷିତ

୧. ଆକାଉଣ୍ଟରୁ କୌଣସି ପ୍ରମାଣ ଯେମିତି, ଚ୍ୟାଟ, ଇମେଲ, ଫଟୋ, ଅଡିଓ ଓ ଭିଡିଓକୁ ଡିଲିଟ୍‌ କରନ୍ତୁ ନାହିଁ।

୨. ଆପଣଙ୍କୁ ବ୍ଲାକ୍‌ମେଲ କରୁଥିବା ବ୍ୟକ୍ତିଙ୍କ କଥାରେ ଭାସି ଯାଆନ୍ତୁ ନାହିଁ। ତାର କୌଣସି ବି ଡିମାଣ୍ଡକୁ ପୂରା କରନ୍ତୁ ନାହିଁ।

୩. ଆପଣଙ୍କ ସହିତ ଯଦି କିଏ ବ୍ଲାକ୍‌ମେଲ କରୁଛି କିମ୍ବା ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଛି, ତେବେ ଏବିଷୟରେ ନିଶ୍ଚୟ ନିଜର ପରିବାରଲୋକଙ୍କୁ ଜଣାନ୍ତୁ। ନଚେତ ଭଲ ସାଙ୍ଗ ସହିତ ଏହି ବିଷୟରେ ଆଲୋଚନା କରନ୍ତୁ।

୪. ଏବିଷୟରେ ବିଶେଷ କିଛି ଚିନ୍ତା ନକରି ବ୍ଲାକ୍‌ମେଲ କରୁଥିବା ବ୍ୟକ୍ତି ବିରୋଧରେ ପୁଲିସ କିମ୍ବା ସାଇବର କ୍ରାଇମ୍‌ରେ ଏଫଆଇଆର୍‌ ରୁଜୁ କରନ୍ତୁ।

୫. ଯଦି ଏଭଳି ପରିସ୍ଥିତିରେ ଆପଣଙ୍କ ମାନସିକସ୍ଥିତି ଉପରେ କୌଣସି ପ୍ରଭାବ ପଡ଼ୁଛି, ତେବେ ଡାକ୍ତରଙ୍କୁ ନିଶ୍ଚୟ ଦେଖାନ୍ତୁ।

ସମ୍ବନ୍ଧିତ ଖବର