ପୁରୁଣା ଭୁବନେଶ୍ୱର: ଆଜି ବିଜେବି କଲେଜର ଯୁକ୍ତ ୩ ଆର୍ଟସ୍ ବ୍ଲକ୍ରେ ଏକ ସେମିନାର ଚାଲୁଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍କୁ କେନ୍ଦ୍ର କରି ଉତ୍ତେଜନା ଦେଖା ଦେଇଥିଲା। କଲେଜର କିଛି ଛାତ୍ର ଫାଟକକୁ ବନ୍ଦ କରି ଦେଇଥିଲେ। ତେବେ ଘଟଣାସ୍ଥଲରେ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ସୁଧୁରିଥିଲା। ମିଳିଥିବା ସୂଚନା ଅନୁଯାୟୀ କଲେଜରେ ସେମିନାର ଚାଲିଥିବାବେଳେ ଗୋଟିଏ ଗୋଷ୍ଠୀର ଛାତ୍ର କମେଣ୍ଟ୍ ମାରିଥଲେ। ଏନେଇ ପ୍ରଥମେ ବଚସା ହେବା ପରେ ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ତେବେ ଏହି ମାରପିଟ୍ରେ ଯୁକ୍ତ ୩ର ପ୍ରଥମ ବର୍ଷରେ ପଡ଼ୁଥିବା ଦୃଷ୍ଟିହୀନ ଛାତ୍ର ଦୀପକ କୁମାର ଭୋଇ ଆହତ ହୋଇଥିଲେ। ଏ ନେଇ ଗୋଟିଏ ଗୋଷ୍ଠୀ କଲେଜ ଆର୍ଟସ୍ ବ୍ଲକ୍ ଗେଟ୍କୁ ବନ୍ଦ କରିଥିଲେ। ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଗେଟ୍ ବନ୍ଦ କରି ବିକ୍ଷୋଭ କରିଥିଲେ। କଲେଜକୁ ଆସି ଅଣଛାତ୍ର ଗଣ୍ଡୋଗଳ କରୁଥିବାରୁ ସେମାନେ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ। ଏହା ପରେ ବଡ଼ଗଡ଼ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ପ୍ରଧାନ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗଣ୍ଡଗୋଳ ସମ୍ପର୍କରେ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। କଲେଜରେ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ପୁଲିସ ମୁତୟନ କରାଯାଇଛି।
ଦୃଷ୍ଟିହୀନ ଛାତ୍ରଙ୍କୁ ମାଡ଼ ଅଭିଯୋଗ
ବିଜେବି କଲେଜରେ ଉତ୍ତେଜନା
/sambad/media/post_attachments/wp-content/uploads/2018/01/BJB-college.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)