ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଦୃଷ୍ଟିହୀନ ଶିକ୍ଷକ ଗିରଫ

ନୂଆଦିଲ୍ଲୀ: ଦୁଇ ଜଣ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ମୁଖାର୍ଜୀ ନଗର ଅନ୍ତର୍ଗତ ଏକ ସରକାରୀ ସ୍କୁଲ୍‌ରେ ଶିକ୍ଷକତା କରୁଥିବା ଜଣେ ଆଂଶିକ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ ଗିରଫ ହୋଇଛନ୍ତି।

ଫେବ୍ରୁଆରି ୯ ତାରିଖ ଦିନ ଘଟନାଟି ଘଟିଥିବା କୁହାଯାଉଥିଲେ ମଧ୍ୟ ଅଦ୍ୱେଶ କୁମାର ନାମକ ସେ ଅଭିଯୁକ୍ତଙ୍କୁ ସୋମବାର ଦିନ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡ଼ିଲା, ଗତ କେତେ ସପ୍ତାହ ହେବ ବିଭିନ୍ନ ସମୟରେ ସ୍କୁଲ୍‌ ପରିସର ମଧ୍ୟରେ ଜଣେ ଦୃଷ୍ଟିହୀନ ଶିକ୍ଷକ ସେମାନଙ୍କୁ ଯୌନ ଉତ୍ପୀଡ଼ନ ଦେଉଛନ୍ତି ବୋଲି ଅଷ୍ଟମ ଶ୍ରେଣୀର ସେ ଛାତ୍ରୀମାନେ ଘରେ ଅଭିଯୋଗ କରିଥିଲେ।

ପୀଡ଼ିତା ଛାତ୍ରୀମାନଙ୍କର ବୟସ ୧୩ ରୁ ୧୪। ଶିକ୍ଷା ଦେବା ବାହାନାରେ କୁମାର ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ।

ସ୍କୁଲ୍‌ ପରିସରରେ ଚାଲବୁଲ କରିବା ସମୟରେ ସାହାଯ୍ୟ କରିବାକୁ କୁମାର ଝିଅମାନଙ୍କୁ ଡାକି ତାଙ୍କୁ ସ୍ପର୍ଶ କରୁଥିଲେ। ପୀଡ଼ିତାମାନେ ଅଭିଯୋଗ କରିବାରୁ କୁମାର କହୁଛନ୍ତି ସେ ଅର୍ଦ୍ଧଦୃଷ୍ଟିଶକ୍ତି ସମ୍ପନ୍ନ ହୋଇ ଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଆସିଛି।

ସମ୍ବନ୍ଧିତ ଖବର