ହ୍ଵାଟସ୍‌ ଆପ୍‌ ଗ୍ରୁପ୍‌ରୁ ସାଙ୍ଗମାନେ ବାହାର କରିଦେବାରୁ ସାମ୍ବାଦିକ ଛାତ୍ର କଲେ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗମାନେ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରୁ ବାହାର କରି ଦେବାରୁ ଜଣେ ୧୮ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତଛାତ୍ର ସାମ୍ବାଦିକତା ପାଠ୍ୟକ୍ରମରେ ପଢ଼ୁଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ନାମୁନି ନାମକ ଏକ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ ରଞ୍ଜନ (ଛଦ୍ମନାମ)ଙ୍କ ବ୍ୟତୀତ ସାତ-ଆଠଜଣ ଛାତ୍ର ଯୋଡ଼ି ରହିଥିଲେ।

Image result for blocked-by-classmates-from-whatsapp-group-media-student suicide
Times of India

ରଞ୍ଜନଙ୍କ ପିତା-ମାତାଙ୍କ କହିବାନୁସାରେ, ରଞ୍ଜନକୁ ତାର ସାଙ୍ଗମାନେ ଅନେକ ସମୟରେ ଚିଡ଼ାଇ ଥାଆନ୍ତି। ଯେଉଁଥିପାଇଁ ପୁଅ ଚିନ୍ତାରେ ବି ରହୁଥିଲା। ସମୟସମୟରେ ରଞ୍ଜନର ସାଙ୍ଗମାନେ ତାକୁ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରୁ ବ୍ଲକ୍‌ କରି ଦେଇଥାଆନ୍ତି। କାରଣ ପୁଅ ଗ୍ରୁପ୍‌ରେ ସାଙ୍ଗମାନେ ହେଉଥିବା ଅଶ୍ଳୀଳ କଥାକୁ ନେଇ ଆକଟ କରିଥାଏ। ଏହି କାରଣରୁ ତାର ସାଙ୍ଗମାନେ ତାକୁ ସବୁବେଳେ ଥଟ୍ଟା ପରିହାସ କରିଥାଆନ୍ତି। ପୁଣି ସେ ସାଙ୍ଗମାନଙ୍କୁ କହିବା ପରେ ସେମାନେ ଗ୍ରୁପ୍‌ରେ ତାକୁ ଯୋଡ଼ି ଥାଆନ୍ତି।

କେବଳ ଏତିକି ନୁହେଁ ରଞ୍ଜନ ପିତା ଅଭିଯୋଗ କରି କହିଛନ୍ତି କି, ତାର ସାଙ୍ଗମାନେ କିପରି ଆତ୍ମହତ୍ୟା କରିବାକୁ ହେବ ତାହା ବି ଶିଖାଇଥିଲେ। ରଞ୍ଜନ ଟିକେ ଶାନ୍ତ ସ୍ୱଭାବର ପିଲା ଥିଲା। ଦୁଇ ସପ୍ତାହ ହେବ ସେ କଲେଜ ଯିବା ବନ୍ଦ କରି ଦେଇଥିଲା। କଲେଜ କାହିଁକି ଯାଉ ନାହୁଁ ବୋଲି କାରଣ ପଚାରିବାରୁ ସେ ଚୁପ୍‌ ରହିଥିଲା। ଶେଷରେ ଆମ ସମସ୍ତଙ୍କୁ ପର କରି ସବୁଦିନ ପାଇଁ ପୁଅ ଆଖି ବୁଜି ଦେଇଛି।

ସମ୍ବନ୍ଧିତ ଖବର