ସାହାଜାହାନପୁର:ଉତ୍ତରପ୍ରଦେଶାର ସାହାଜାହାନପୁର ଝିଲ୍ଲା ଅନ୍ତର୍ଗତ କତ୍ରା ଅଞ୍ଚଳରେ ଦୁଇଜଣ କିନ୍ନର ଜଣେ ଯୁବକଙ୍କୁ ନିଶା ଦେକଇ ତାଙ୍କ ଲିଙ୍ଗ ଛେଦନ କରିଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଯୁବକ ଜଣକୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ଭାଲେଣ୍ଟାଇକ୍ସ ଡେ ଦିବସ ଦିନ ସାହାଜାହାନପୁର ଝିଲ୍ଲା କତଆର ଇସ୍ଳାମନଗର କଲୋନିରେ ରହୁଥିବା ରେସମା ଓ ଗୁଡ଼୍ଡ଼ୁ ନାମକ ଦୁଇଜଣ କିନ୍ନର ଯୁବକଙ୍କୁ ଏକ ଗ୍ଲାସ କ୍ଷୀର ପିଇବାକୁ ଦେଇଥିଲେ। ମାତ୍ରଏହି କ୍ଷୀରରେ କିନ୍ନରମାନେ ନିଶା ଔଷଧ ମିଶାଇ ଯୁବକଙ୍କ ଅଜାଣତରେ ତାଙ୍କୁ ପିଇବାକୁ ଦେଇଥିଲେ। ଏହି କ୍ଷୀର ପିଇବାର କିଛି ସମୟ ପରେ ଯୁବକ ଜଣକ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହାର କିଛି ଘଣ୍ଟା ପରେ ସେ ଚେତା ଫେରିବା ପରେ ତାଙ୍କ ଗୁପ୍ତାଙ୍କ କାଟି ଦିଆଯାଇଥିବା ସେ ଦେଖିଥିଲେ। ଏ ନେଇ ଯୁବକଙ୍କ ଅଭିଯୋଗ କ୍ରମେ ରେସମା ଓ ଗୁଡ଼୍ଡ଼ୁ କିନ୍ନରଙ୍କ ନାମରେ ଦଫା ୩୨୬ ଓ ୩୨୮ରେ ଏକ ମାମଲା ରୁଜୁ କରାଯାଇଛି ବୋଲି କତ୍ରା ଥାନା ଇନ୍ସପେକ୍ଟର ଧନଞ୍ଜୟ ସିଂହ କହିଛନ୍ତି। ଯୁବକଙ୍କ ବୟାନ ଭିତ୍ତିରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଖୁବ ଶୀଘ୍ର ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି।
ଭାଲେଣ୍ଟାଇନ୍ସ ଡେ ଦିନ ନିଶା ଦେଇ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଲେ କିନ୍ନର
/sambad/media/post_attachments/wp-content/uploads/2018/02/Aparadh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)