ଆବାସିକ ସ୍କୁଲ୍‌ର ହଷ୍ଟେଲ୍‌ ଗାଧୁଆଘରୁ ତୃତୀୟ ଶ୍ରେଣୀ ବାଳକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କ୍ରିଷ୍ଣା ଜିଲ୍ଲାର ଚଲ୍ଲପାଲ୍ଲି ସହରରେ ଥିବା ଏକ ଆବାସିକ ବିଦ୍ୟାଳୟର ହଷ୍ଟେଲ୍‌ ପରିସରରେ ମଙ୍ଗଳବାର ସକାଳେ ଜଣେ ତୃତୀୟ ଶ୍ରେଣୀ ପିଲାର ହତ୍ୟା କରାଯାଇଛି ବୋଲି ସନ୍ଦେହ ହୋଇଛି। ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ପିଲାମାନେ ମୃତ ବାଳକର ଶରୀରକୁ ଗାଧୁଆଘରେ ଦେଖିବା ପରେ ହଷ୍ଟେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିିଥିଲା।

Mid-Day

ଏହି ଘଟଣା ଘଟିବା ପରେ ତୁରନ୍ତ ସ୍ଥାନୀୟ ପୁଲିସ୍‌କୁ ଖବର ଦିଆଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ପିଲାଟିର ହତ୍ୟା ଅଗଷ୍ଟ ୬ ତାରିଖ ସକାଳୁ ହିଁ ହୋଇଛି। ପୁଲିସ୍‌ ଶରୀର ଉଦ୍ଧାର କରିବା ସମୟରେ ଗାଧୁଆଘର ସାରା ରକ୍ତ ପଡ଼ିଥିଲା। ପୁଲିସ୍‌ ସୂଚନା ଦେଇ କହିଛି ଯେ ପିଲାଟିର ବେକରେ କ୍ଷତ ଦେଖାଦେଇଛି। ଏକ ଧାରୁଆ ଅସ୍ତ୍ରରେ କେହି ପିଲାଟିର ଗଳା କାଟି ହତ୍ୟା କରିଛି ବୋଲି ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର