ନୂଆଦିଲ୍ଲୀ: ସୁଟ୍କେଶରୁ ମିଳିଲା ମୃତଦେହ । ଜଣେ ୫ ବର୍ଷିୟ ଶିଶୁକୁ ମାରି ତାକୁ ଏକ ସୁଟ୍କେଶରେ ଭର୍ତ୍ତି କରିବା ସହ ରହୁଥିବା ଘରେ ଲୁଚାଇ ରଖିଥିଲା ଅଭିଯୁକ୍ତ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଅଭିଯୁକ୍ତ ଜଣକ ଧରା ନ ପଡ଼ିବା ପାଇଁ ମୃତ ଶିଶୁର ମାତା-ପିତାଙ୍କ ସହିତ ପୁଲିସ ଷ୍ଟେସନ ଯିବା ସହ ପୁଲିସକୁ ଖୋଜିବାରେ ମଧ୍ୟ ସାହାଯ୍ୟ କରିଥିଲେ । ଘରୁ ଦୁର୍ଗନ୍ଧ ଆସିବା ପରେ ଅଭିଯୁକ୍ତଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ଆଇଏଏସ୍ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ବେଳେ ମୃତ ଶିଶୁଟି ତାଙ୍କୁ ଦାଦା ବୋଲି ସମ୍ବୋଧନ କରୁଥିଲା। ପିଲାଟି ଖୁଡ଼ିଙ୍କ ଘରକୁ ଯାଉଛି କହି ଆଉ ଫେରି ନ ଥିଲା ବୋଲି ପରିବାର ଲୋକେ କହିଛନ୍ତି ।
Deccan Chronicleଅନ୍ୟ ପକ୍ଷରେ ଅଭିଯୁକ୍ତ ସାକ୍ୟାକୁ ପୁଲିସ ଗିରଫ କରିଥିବା ବେଳେ ଘର ଭିତରେ ଅଧିକ ସମୟ ସାଙ୍ଗମାନଙ୍କ ସହ ପାର୍ଟି କରିବାକୁ ବାରଣ କରୁଥିବାରୁ ସେ ଏପରି କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଉତ୍ତର-ପଶ୍ଚିମ ଦିଲ୍ଲୀର ସ୍ୱରୁପ ନଗରରେ ସାକ୍ୟା ତାଙ୍କ ମାତା-ପିତାଙ୍କ ସହ ରହୁଥିଲେ । କିନ୍ତୁ କିଛି ଦିନ ତଳେ ସେ ଘର ବଦଳାଇ ଏକ ଘର ଭଡ଼ାରେ ନେଇ ରହିବା ଆରମ୍ଭ କରିଥିଲେ । ସାଙ୍ଗମାନଙ୍କ ସହ ଅଧିକ ମଜା କରିବା ପାଇଁ ସେ ଏପରି କରିଥିବା ଜଣା ପଡ଼ିଛି । କିନ୍ତୁ ତାଙ୍କ ଘରର ମାଲିକଙ୍କୁ ସାକ୍ୟାଙ୍କ ଏପରି ଅଧିକ ସମୟ ପାର୍ଟି କରିବା ପସନ୍ଦ ନଥିବାରୁ ସେ ବାରମ୍ବାର ତାଙ୍କୁ ଏପରି କରିବାକୁ ମନା କରିଥିଲେ ।
NDTV.comଏଥିରେ ବିରକ୍ତ ହୋଇ ସେ ତାଙ୍କ ୫ବର୍ଷିୟ ପୁଅକୁ ଜାନୁଆରି ୭ରେ ଅପହରଣ କରି ନେଇଥିଲେ । ଅପହରଣ କରି ସେ ସଙ୍ଗେ ସଙ୍ଗେ ତାକୁ ହତ୍ୟାକରିବା ସହ ରହୁଥିବା ଘରେ ଏକ ସୁଟ୍କେଶରେ ଲୁଚାଇ ରଖିଥିଲେ । ଆଜି ଘରୁ ଦୁର୍ଗନ୍ଧ ଆସିବାରୁ ପଡ଼ିଶା ଲୋକେ ଏପରି ଦୁର୍ଗନ୍ଧ କେଉଁଠୁ ଆସୁଛି ବୋଲି ପଚାରିଥିଲେ । ମୁଷା ମରିଥିବାରୁ ଏଭଳି ଦୁର୍ଗନ୍ଧ ଆସୁଛି ବୋଲି ସାକ୍ୟା ସେମାନଙ୍କୁ ଜଣାଇଥିଲେ । ସନ୍ଦେହ ହେବାରୁ ଘରର ତଲାସୀ ନେବା ପରେ ସତ ସାମ୍ନାକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/swaroop-nagar-kidnapped-boy-family-ani_650x400_71518513705.jpg)