ମୁମ୍ବାଇ: ମୁମ୍ବାଇର ଧରାବୀରେ ଜଣେ ୧୭ବର୍ଷର ବାଳକର ମୃତ୍ୟୁର ଅଢ଼େଇ ବର୍ଷ ପରେ ତାର ଅନ୍ତିମ ସଂସ୍କାର ହେବ। ବାଳକର ମୃତ୍ୟୁ ୨୦୧୮ ଜୁଲାଇ ମାସରେ ହୋଇଥିଲା। ସେବେଠାରୁ ତାର ମୃତଦେହ ଶବଗୃହରେ ରଖାଯାଇଥିଲା।
ମୃତ ବାଳକର ପରିବାରଲୋକଙ୍କ ଅଭିଯୋଗ ମୁତାବକ, ପୁଲିସର ମାଡ଼ କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା। ଏହି କାରଣରୁ ପରିବାରଲୋକେ ଦ୍ବିତୀୟ ଥର ବ୍ୟବଚ୍ଛେଦ ପାଇଁ ଦାବି କରିଥିଲେ। ନିକଟରେ କୋର୍ଟ ଦ୍ବିତୀୟ ଥର ବ୍ୟବଚ୍ଛେଦ କରି ମୃତଦେହକୁ ଫେରାଇ ଦେବାକୁ ଆଦେଶ ଦେଇଛନ୍ତି।
ନାବାଳକର ମୃତଦେହ ଅଢ଼େଇ ବର୍ଷ ହେବ ଜେଜେ ହସ୍ପିଟାଲର ଶବଗୃହରେ ରଖା ଯାଇଥିଲା। ପରିବାରଲୋକଙ୍କ ଦାବି ଅନୁସାରେ, ଯେ ପର୍ଯ୍ୟନ୍ତ ପୁଅର ଦ୍ବିତୀୟ ଥର ବ୍ୟବଚ୍ଛେଦ ହୋଇନାହିଁ, ସେପର୍ଯ୍ୟନ୍ତ ସେମାନେ ଅନ୍ତିମ ସଂସ୍କାର କରିବେ ନାହିଁ। ଏହି ଘଟଣା କୋର୍ଟ ଯାଏଁ ପହଞ୍ଚି ଯାଇଥିଲା।
/sambad/media/post_attachments/wp-content/uploads/2019/07/dead-body-750x369.jpg)
ଏପ୍ରିଲ ୬ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ଦ୍ବିତୀୟ ଥର ବ୍ୟବଚ୍ଛେଦ ପାଇଁ ଆଦେଶ ଦେଇଛନ୍ତି। ପୁଲିସ ଷ୍ଟେସନର ସିସିଟିଭି ଫୁଟେଜ ଦେଖିବା ସହିତ ଦୁଇ ପକ୍ଷର କଥାକୁ ଶୁଣିବା ପରେ ଦ୍ବିତୀୟଥର ମୃତ ବାଳକଙ୍କ ବ୍ୟବଚ୍ଛେଦ କରିବା ପାଇଁ ହସ୍ପିଟାଲକୁ ଆଦେଶ ଦେଇଛନ୍ତି। ଏଥିପାଇଁ ଏକ ନୂଆ ଟିମ ଗଠନ ପାଇଁ ବି କୁହାଯାଇଛି।
ମୃତ ବାଳକଙ୍କ ପରିବାରଲୋକଙ୍କ କହିବାନୁସାରେ, ୨୦୧୮ ଜୁଲାଇରେ ଏକ ମୋବାଇଲ ଚୋରି ଘଟଣାରେ ପୁଲିସ ପୁଅକୁ ଧରି ନେଇଥିଲା। ତେବେ ଏହି ଚୋରି ଘଟଣାପରେ କୌଣସି ପ୍ରକାର ମାମଲା ରୁଜୁ ହୋଇ ନଥିଲା। ପୁଲିସ ହେପାଜତରେ ଥିବା ସମୟରେ ପୁଅକୁ ବହୁତ ନିର୍ଯାତନା ଦିଆଯାଇଥିଲା। ପୁଅକୁ ଛାଡ଼ି ଦେବାକୁ ପୁଲିସ ନିକଟରେ ବହୁ ଗୁହାରି କରିବା ପରେ ସେମାନେ ପୁଅକୁ ଛାଡ଼ି ଦେଇଥିଲେ। ଏହାପରେ ଚିକିତ୍ସା ପାଇଁ ପୁଅକୁ ହସ୍ପିଟାଲ ନେଇ ଯାଇଥିଲେ ହେଁ ସେଠାର ତାର ମୃତ୍ୟୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/R3fd17dd00363c807d6a91c9db5ad88bc.jpg)