ବେଙ୍ଗାଲୁରୁ: ଶାରୀରିକ ସମ୍ପର୍କ ରଖିବା ବେଳେ ୬୭ବର୍ଷୀୟ ବୃଦ୍ଧଙ୍କର ହେଲା ମୃତ୍ୟୁ। ସ୍ବାମୀ ସହ ମିଶି ରାସ୍ତା କଡ଼ରେ ଫିଙ୍ଗି ଦେଲା ପ୍ରେମିକା। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ଜେପି ନଗରରେ। ନଭେମ୍ବର ୧୭ରେ ବେଙ୍ଗାଲୁରୁର ଜେପି ନଗରରେ ଏକ ପ୍ଲାଷ୍ଟିକ ବ୍ୟାଗରୁ ୬୭ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ଘଟଣାର ଅନୁସନ୍ଧାନ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଶବକୁ ଉଦ୍ଧାର କରିବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା କରିଥିଲା। ପରିଚୟ ମିଳିବା ପରେ ତାଙ୍କ ଫୋନ କଲ ବିବରଣୀ ଯାଞ୍ଚ କରିବାରୁ ଜଣାପଡ଼ିଥିଲା ଯେ ସେ ତାଙ୍କ ପ୍ରେମିକାଙ୍କ ଘରକୁ ଯାଇଥିଲେ। ତେବେ ତଦନ୍ତ ଚାଲିଥିବାରୁ ପ୍ରେମିକା ଏବଂ ତାଙ୍କ ସ୍ବାମୀଙ୍କ ନାମକୁ ଗୋପନ ରଖାଯାଉଛି।
ପୁଲିସ ଅଧିକାରୀ କହିଛନ୍ତି ଯେ, “୬୭ବର୍ଷୀୟ ବ୍ୟବସାୟୀ ବେଙ୍ଗାଲୁରୁରେ ୩୫ବର୍ଷ ବୟସ୍କା ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ନଭେମ୍ବର ୧୬ରେ, ସେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ମହିଳାଙ୍କ ଘରକୁ ଯାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ବୃଦ୍ଧଙ୍କ ମୃତ୍ୟୁ ହେବାରୁ ମହିଳା ଜଣକ ବଦନାମ ହେବା ଡରରେ ତାଙ୍କ ସ୍ୱାମୀ ଏବଂ ଭାଇଙ୍କୁ ଡାକିଥିଲେ। ସେମାନେ ଆସି ବ୍ୟବସାୟୀଙ୍କ ମୃତଦେହକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ପ୍ୟାକ୍ କରି ଜେପି ନଗରର ଏକ ନିଛାଟିଆ ସ୍ଥାନରେ ପକାଇ ଦେଇଥିଲେ।
ତେବେ ବ୍ରେନ ଷ୍ଟ୍ରୋକ୍ ହୋଇଥିବା ନେଇ ପ୍ରେମିକା ଦାବି କରୁଥିବା ବେଳେ ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ସ-229.jpg)