ନୂଆଦିଲ୍ଲୀ: ରାଜସ୍ଥାନର ଅଜମେରରେ ଜାତୀୟ ରାଜପଥରେ ଲାଗିଥିବା ସାଇନ ବୋର୍ଡରେ  ଝୁଲି ଜଣେ ବଡି ବିଲଡର ଷ୍ଟଣ୍ଟ ଦେଖାଉଥି‌ଲେ। ଏହା ତାଙ୍କୁ କିନ୍ତୁ ମହଙ୍ଗା ପଡ଼ି ଯାଇଛି। ଏହି ଘଟଣାକୁ କେହି ଜଣେ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଦେଖୁଦେଖୁ ଭିଡିଓଟି ଭାଇରାଲ ହୋଇଯିବା ସହିତ ପୁଲିସ ନଜରକୁ ବି ଆସିଥିଲା।

Advertisment

ଏହି ଘଟଣାକୁ ନେଇ ମଦନଗଞ୍ଜ ଥାନା ଅଧିକାରୀ ନେମିଚନ୍ଦ କହିଛନ୍ତି, ଆଠ ନମ୍ବର ଜାତୀୟ ରାଜପଥର ନସିରାବଦରେ ଏକ ସାଇନ ବୋର୍ଡ ଲାଗିଥିଲା। ତେବେ ସେଇ ରାସ୍ତା ଦେଇ ଯାଉଥିବା ନୌରତ ଗୁର୍ଜର ଷ୍ଟଣ୍ଟ ଦେଖାଇବାକୁ ଅଟକି ଯାଇଥିଲେ। ଆଉ ଉକ୍ତ ସାଇନ ବୋର୍ଡରେ ଝୁଲି ସେ ଷ୍ଟଣ୍ଟ ଦେଖାଇଥିଲେ। ତେବେ ନୌରତଙ୍କ ବୟସ ୨୦ବର୍ଷ ଥିବା ବେଳେ ସେ ଜଣେ ବଡି ବିଲଡର ବୋଲି କୁହାଯାଉଛି। ଏହି ଘଟଣାରେ ତାଙ୍କୁ ଗିରଫ ବି କରାଯାଇଛି। ସେ ନୟା ଗ୍ରାମ ନିବାସୀ ପ୍ପୁଲାଲ ଗୁର୍ଜରଙ୍କ ପୁଅ ବୋଲି ଜଣାପଡ଼ିଛି।

ତେବେ ଧରାପଡ଼ିବା ପରେ ନୌରତ ଗୁର୍ଜର ଏଭଳି ଘଟଣା ଘଟଣାକୁ ‌ନେଇ କହିଛନ୍ତି କି ଚର୍ଚ୍ଚାକୁ ଆସିବା ପାଇଁ ସେ ଏଭଳି କାମ କରିଥିଲେ।