୬ଜଣଙ୍କୁ ବିବାହ କରି ସାରିଥିବା ବେଳେ ସପ୍ତମ ବିବାହ ୫୦ବର୍ଷର ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଝାଡଖଣ୍ଡର ରାଜଧାନୀ ରାଞ୍ଚରୁ ପୁଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏକି ନିଜର ପରିଚୟ ଓ ଧର୍ମକୁ ଲୁଚାଇ ୬ଜଣଙ୍କୁ ବିବାହ କରି ସାରିଥିବା ବେଳେ ୭ମ ଜଣଙ୍କୁ ବିବାହ କରିବାକୁ ଯାଉଥିଲେ। ପୁଲିସ ହାତରେ ଧରାପଡ଼ିଥିବା ଉକ୍ତ ବ୍ୟକ୍ତିଙ୍କ ନାମ ଅସଲମ ବୟସ ୫୦ବର୍ଷ ବୋଲି ଜଣାପଡ଼ିଛି।

୫୦ବର୍ଷର ଅଭିଯୁକ୍ତ ଅସଲମ ଧନବାଦର ଭୁଲିରେ ବସବାସ କରନ୍ତି। ସେ ନିଜକୁ ପୁଲିସ ଅଧିକାରୀ ବୋଲି କହି ଅନେକ ନାବାଳିକା ଓ ଯୁବତୀମାନଙ୍କୁ ନିଜ ଜାଲରେ ଫସାଇ ଥାଆନ୍ତି। ଅସଲମ  ଇତିମଧ୍ୟରେ ୬ଜଣଙ୍କୁ ବିବାହ କରି ସାରିଥିବା ବେଳେ ୭ଜଣଙ୍କୁ ବିବାହ କରିବାକୁ ଯାଉଥିଲେ। ତେବେ ଏହା ତାଙ୍କୁ ମହଙ୍ଗା ପଡ଼ି ଯାଇଛି। ସପ୍ତମ ବିବାହ ସମୟରେ ଅସଲମଙ୍କ ବାସ୍ତବ ପରିଚୟ ସାମ୍ନାକୁ ଆସି ଯାଇଥିଲା। ଅସଲମ ନିଜକୁ ସଞ୍ଚୟ ବୋଲି ପରିଚୟ ଦେଉଥିଲେ।

ସିଟି ଡିଏସପି କୁଲଦୀପ କୁମାର କହିଛନ୍ତି, ‘ପୁଲିସ ଅନେକ ଦିନରୁ ଅସଲମଙ୍କୁ ଖୋଜୁଥିଲା। କିନ୍ତୁ ତାଙ୍କୁ ଗିରଫ କରାଯାଇ ପାରୁ ନଥିଲା।  ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଅସଲମକଙ୍କୁ ରାଞ୍ଚରୁ ଗିରଫ କରାଯାଇଛି।

ଅସଲମ ବିରୋଧରେ ନାବାଳିକାମାନଙ୍କୁ ଜୋର‌ଜବରଦସ୍ତ ଶାରୀରିକ ସମ୍ପର୍କ ରଖବାକୁ ବାଧ୍ୟ କରୁଥିବା ନେଇ ମାମଲା ରୁଜୁ ହୋଇଛି। ଏଥିସହିତ ସେ ୬ଜଣଙ୍କୁ ବିବାହ କରିବା ସହିତ ନିଜ ନାମ, ପରିଚୟ ଓ ଧର୍ମ ଲୁଚାଇଥିବା ଘଟଣା ବି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର