ବୋଲେରୋ ଚୋର ଗିରଫ

ଭୁବନେଶ୍ୱର: ଚନ୍ଦ୍ରଶେଖର ଥାନା ପୁଲିସ ଜଣେ ବୋଲେରୋ ଚୋରକୁ ଗିରଫ କରିଛି। ତା ନାଁ ଫକୀର ପ୍ରଧାନ। ଘର ନୟାଗଡ଼ ଓଡ଼ଗାଁ ଥାନା ଅଧୀନ ଗୁଆଣ୍ଡରେ। ପୁଲିସ ତା ନିକଟରୁ ଏକ ଚୋରା ବୋଲେରୋ ଜବତ କରିଛି। ଫକୀର ରାଜଧାନୀର ବିଭିନ୍ନ ସ୍ଥାନରୁ କାର ଚୋରି କରି ନୟାଗଡ଼ରେ ବିକ୍ରି କରିଥାଏ। କିଛି ଦିନ ତଳେ ଫକୀର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଏକ ବୋଲେରୋ ଚୋରି କରି ନେଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଚନ୍ଦ୍ରଶେଖରପୁର ଥାନାର ଏକ ଟିମ୍‌ ନୟାଗଡ଼ରେ ଚଢ଼ଉ କରି ଫକୀରକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର