ଚନ୍ଦ୍ରଶେଖରପୁର : ପ୍ରଥମେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଚୋଟ ପରେ ଗାଁରେ କରଯାଇଥିଲା ବୋମାମାଡ଼। ଏପରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ମଞ୍ଚେଶ୍ୱର ରେଲ୍ଓ୍ଵ ଷ୍ଟେସନ୍ ନିକଟସ୍ଥ ରଙ୍ଗମାଟିଆ ଗ୍ରାମ ତଳସାହିରେ। ୩ଦିନ ପୂର୍ବେ ରଙ୍ଗମାଟିଆର ଜଣେ ଯୁବକଙ୍କୁ ଖଣ୍ଡାଚୋଟ ହୋଇଥିବା ବେଳେ ଶୁକ୍ରବାର ରଙ୍ଗମାଟିଆ ତଳସାହିର ଗୋକୁଳି ପରିଡ଼ାଙ୍କ ଘର ନିକଟରେ ବୋମାମାଡ଼ ହୋଇଛି। ଏହି ଘଟଣାରେ ଜଣେ ୪ବର୍ଷର ଶିଶୁ ସମେତ ୩ଜଣ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗ୍ରାମର ଯୁବକମାନଙ୍କୁ ନେଇ ଏବେ ତେଜୁଛି ଗାଁ ଗଣ୍ଡଗୋଳ। ଘଟଣା ଧୀରେ ଧୀରେ ଅଣାୟତ୍ତ ହେଉଥିବା ଦେଖି ସ୍ଥାନୀୟ ମୁରବି ଓ ଲୋକପ୍ରତିନିଧିଙ୍କୁ ଏକାଠିକରି ଆପୋସ ବୁଝାମଣା ମାଧ୍ୟମରେ ଘଟଣାର ସମାଧାନ କରିବାକୁ ପୁଲିସ ଚେଷ୍ଟା କରୁଛି। ତେବେ ଏହି ଗଣ୍ଡଗୋଳର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତି ଗ୍ରାମ ବାହାରେ ରହି ଉସୁକାଉଥିବା ଅଭିଯୋଗ ହୋଇଛି। ପ୍ରାୟ ମାସେ ତଳେ ରଙ୍ଗମାଟିଆର କିଛି ଯୁବକ ଭୋଟପଡ଼ାର ଜଣେ ଯୁବକଙ୍କୁ ବାଣୀବିହାର ନିକଟରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ମାତ୍ର ଏହି ଘଟଣାରେ ଅଭିଯୁକ୍ତଙ୍କ ପ୍ରତି ପୁଲିସ୍ର କୋହଳ ମନୋଭାବକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ଏହି ଘଟଣାସହ ରାଜନୈତିକ ସମ୍ପର୍କ ଥିବା ସନ୍ଦେହ ପ୍ରକାଶ ପାଉଛି। ତେବେ ରଙ୍ଗମାଟିଆ ଗ୍ରାମରେ ବୋମାମାଡ଼ ପରେ ୪ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।
ରଙ୍ଗମାଟିଆରେ ବୋମାମାଡ଼, ଖଣ୍ଡାଚୋଟ
ତିନି ଆହତ, ପୁଲିସ୍ ହାତ ଖାଲି
/sambad/media/post_attachments/wp-content/uploads/2018/01/bomb-blast_630_630-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)