କଲେଜ ପଛରେ ବୋମା ମାଡ଼

ପୁରୁଣା ଭୁବନେଶ୍ୱର : ବିଜେବି କଲେଜ୍‌ ପଛପାଖରେ ଥିବା ଗାଡ଼ି ସର୍ଭିସିଂ ସେଣ୍ଟର୍‌ ନିକଟ ମାଉସୀ ଖଟି ନିକଟରେ ବୋମା ମାଡ଼ ହୋଇଛି। ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଦୁଇଟି ବୋମା ଫୋପାଡ଼ି ପଳାଇଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେବା ପରେ ବଡ଼ଗଡ଼ ଥାନା ପୁଲିସ ଘଟଣାର ଛାନବିନ୍‌ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ ବିଜେବି ନଗରର ବାପି ରାଜ ନାମକ ଜଣେ ଯୁବକଙ୍କ ପଲ୍‌ସର୍‌ ବାଇକ୍‌ ଉପରକୁ ଗୋଟିଏ ବୋମା ଫିଙ୍ଗା ବେଳେ ଆଉ ଗୋଟିଏ ବୋମା ନଫୁଟି ତଳେ ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ଆପାଚି ଗାଡ଼ିରେ ତିନି ଜଣ ଯୁବକ ଆସି ବୋମା ଫିଙ୍ଗି ପଳାଇଥିଲେ। ତେବେ କାହାରି କିଛି କ୍ଷତି ହୋଇ ନଥିଲେ ମଧ୍ୟ ବାପିଙ୍କ ବାଇକ୍‌ରେ ଦାଗ ଲାଗିଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଛାନବିନ୍‌ ଚଳାଇଛି। ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର