ପୁରୁଣା ଭୁବନେଶ୍ୱର: ନାଗେଶ୍ୱର ଟାଙ୍ଗୀ ଦଳିତ ସାହି ନିକଟରେ ଥିବା ଏକ ଘର ଉପରକୁ ମଙ୍ଗଳବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ଅଧୀନ ଲିଭ୍ ଇନ୍ ଆଉଟ୍ରେ ଅର୍କେଷ୍ଟ୍ରା ମ୍ୟାନେଜମେଣ୍ଟ୍ କରୁଥିବା ଇପ୍ତିକାର ଅଲ୍ଲୀ ନାଗେଶ୍ୱରଟାଙ୍ଗୀ ଦଳିତ ସାହିରେ ରହନ୍ତି। ସେଠାରେ ଉକ୍ତ ଡ୍ୟାନ୍ସ ବାର୍ରେ ନୃତ୍ୟ କରୁଥିବା ୪ଜଣ ଯୁବତୀ ରହୁଛନ୍ତି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସେମାନଙ୍କ ଘର ଉପରକୁ ୫ଟି ବୋମା ଫିଙ୍ଗି ଫେରାର୍ ହୋଇଯାଇଥିଲା। ଏନେଇ ଅଭିଯୋଗ ହେବାରୁ ସାଇଣ୍ଟିଫିକ୍ ଟିମ୍ ସହ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ଯୁବତୀଙ୍କ ଘର ଉପରକୁ ବୋମାମାଡ଼
/sambad/media/post_attachments/wp-content/uploads/2018/06/Bomb-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)