ନବମ ଶ୍ରେଣୀର ଛାତ୍ରୀକୁ ଅଶ୍ଳୀଳ ଆଚରଣ ଅଭିଯୋଗରେ ୧୫ ବର୍ଷୀୟ ନାବାଳକ ଗିରଫ

ଗାଜିଆବାଦ: ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ କରିବା ଅଭିଯୋଗରେ ଜଣେ ୧୫ ବର୍ଷୀୟ ନାବାଳକକୁ ଗିରଫ କରିଛି ପୁଲିସ୍‌। ଗାଜିଆବାଦ୍‌ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିହାନୀ ଗେଟ୍‌ ଥାନା ଅଞ୍ଚଳର ଏକ କଲୋନିରେ ରହୁଥିବା ଜଣେ ନାବାଳକ ଗତ କିଛି ଦିନ ହେବ ତାକୁ ହଇରାଣ ହରକତ କରି ଆସୁଥିଲା। ନାବାଳିକା ଯେତେବେଳେ ଘରୁ ବାହାରେ,ତା’କୁ ଅଶ୍ଳୀଳ ଇଙ୍ଗିତ କରୁଥିଲା ୧୫ ବର୍ଷୀୟ ନାବାଳକ। ଛାତ୍ରୀଜଣକ ଏ ସଂପର୍କରେ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦେଇଥିଲା। ତା’ପରେ ଘର ଲୋକେ ଅଭିଯୁକ୍ତ ବାଳକର ବାପା ମାଆଙ୍କୁ ଏ ବିଷୟରେ କହିଥିଲେ,କିନ୍ତୁ ସେଥିପ୍ରତି ଧ୍ୟାନ ଦେଲେନି ଘର ଲୋକେ।

ଏହାପରେ ପୁଣି ଅଭିଯୁକ୍ତ ନାବାଳକ ପୁଣି ଛାତ୍ରୀକୁ ଅଶ୍ଳୀଳ ଆଚରଣ କରିଥିଲା। ସେ ଛାତ୍ରୀଜଣକର ଫେସବୁକ୍‌ ଆଇଡି ବି ହ୍ୟାକ୍‌ କରିଲା। ଏହାପରେ ବାଧ୍ୟ ହୋଇ ଛାତ୍ରୀର ପରିବାର ଲୋକେ ଥାନାରେ ଏତଲା ଦେଲେ। ପୁଲିସ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରି ଜୁଭେନାଇଲ କୋର୍ଟକୁ ଚାଲାଣ କରିଛି।

ସମ୍ବନ୍ଧିତ ଖବର