ବହିରେ ମଲାଟ ମଡ଼େଇ ନ ଥିବାରୁ ମାଡ଼ ମାରିବା ସହ ପାଣିଟାଙ୍କିରେ ଛାତ୍ରକୁ ଫିଙ୍ଗି ଦେଲେ ଶିକ୍ଷକ

ବୁନ୍ଦି: ରାଜସ୍ଥାନର ବୁନ୍ଦିରେ ଜଣେ ୭ବର୍ଷର ଦିବ୍ୟାଙ୍ଗ ଶିଶୁକୁ ଜଣେ ଶ୍ରେଣୀ ଶିକ୍ଷକ ଅତି ନିଷ୍ଠୁର ଭାବେ ମାଡ଼ ମାରିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଶିକ୍ଷକ ଜଣକ ଶିଶୁକୁ ମାଡ଼ ମାରିବା ସହିତ ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ବି ଅଭିଯୋଗ ହୋଇଛି।

ପୀଡ଼ିତ ଶିଶୁର ପିତା ସୋନୁ ସିଂହ ଉକ୍ତ ଶିକ୍ଷକଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରି କହିଛନ୍ତି, ପୁଅ ଦ୍ୱିପହର ସମୟରେ ସ୍କୁଲରୁ ଘରକୁ ଫେରିଥିଲା। ଘରକୁ ଫେରିବା ପରେ ପୁଅର ସ୍କୁଲ ପୋଷାକ ସହିତ ତାର ଜୋତା-ମୋଜା ସବୁ ଓଦା ହୋଇଥିବା ଦେଖିବାକୁ ମିଳିଥିଲା।

Image result for boy-beaten-by-teacher-in-bundi-"
The Times of India

ପୁଅକୁ ଏଭଳି ଅବସ୍ଥାରେ ଦେଖି ତାର ମା’ ଏପରି କେମିତି ହେଲା ବୋଲି ପଚାରିବାରୁ ପୁଅ କାନ୍ଦିକାନ୍ଦି କହିଥିଲା, ‘ମୁଁ ବହିରେ ମଲାଟ ମଡ଼େଇ ନଥିବାରୁ ଶିକ୍ଷକ ମତେ ନିସ୍ତୁକ ମାଡ଼ ମାରିଛନ୍ତି । ମାଡ଼ ମାରିବା ପରେ ସିଧାସଳଖ ନେଇ ପାଣି ଟାଙ୍କିରେ ବୁଡ଼ାଇ ଦେଇଥିଲେ। କିଛି ସମୟ ପରେ ପୁଣି ସେହି ଶିକ୍ଷକ ଜଣକ ମୋତେ ସେହି ଟାଙ୍କିରୁ ବାହାର କରିଥିଲେ। ସେଥିପାଇଁ ମୋର ସ୍କୁଲ ପୋଷାକ ସହିତ ଜୋତା-ମୋଜା ଏପରି ଓଦା ହୋଇଯାଇଛି।’

ସାମାନ୍ୟ ଭୁଲ ପାଇଁ ପୁଅ ସହିତ ଶିକ୍ଷକଙ୍କ ଏଭଳି ଅମାନୁଷିକ ବ୍ୟବହାର ବିଷୟରେ ଜାଣିବା ପରେ ପୀଡ଼ିତ ପୁଅର ବାପା-ମା’ ଗତ ଗୁରୁବାର ସନ୍ଧ୍ୟାରେ ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ଆଡିସ୍‌ନାଲ୍‌ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ (ଏଡିଏମ୍‌) ଯାଞ୍ଚ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର