ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ ଯୁବକ, ଶେଷ ମୁହୂର୍ତ୍ତରେ ଏଭଳି କାମ କରି ପ୍ରେମିକକୁ ଚମକାଇଲା ପ୍ରେମିକା

ଭିନ୍ଦ (ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶରେ ଜଣେ ପ୍ରେମିକ ନିଜ ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ କରୁଥିବା ବେଳେ ଶେଷ ମୂହୁର୍ତ୍ତରେ ଯାହା ଘଟିଥିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯୁବକ ମୁମ୍ବାଇରେ ଚାକିରି କରିଥିବା ବେଳେ ସେଠାରେ ରହୁଥିବା ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ରଖିିଥିଲେ । କିନ୍ତୁ ପ୍ରେମିକାକୁ ନ ଜଣାଇ ସେ ମଧ୍ୟପ୍ରଦେଶର ଭିନ୍ଦ୍‌କୁ ଆସି ବିବାହ କରିବାର ଯୋଜନାରେ ଥିଲେ । କିନ୍ତୁ ଠିକ୍‌ ସମୟରେ ପ୍ରେମିକା ପହଞ୍ଚି ଯାଇ ପ୍ରେମିକର ସବୁ ଯୋଜନାକୁ ପଣ୍ଡ କରି ଦେଇଥବା ଜଣାପଡ଼ିଛି ।

ସୂଚନା ମୁତାବକ, ପ୍ରେମିକ ଇମ୍‌ରାନ ଖାନ୍‌ ମୁମ୍ବାଇର ଏକ ସେଲୁନ୍‌ରେ କାମ କରୁଥିବା ବେଳେ ସେହି ସେଲୁନ୍‌ରେ ରିସେପ୍‌ସନିଷ୍ଟ ଭାବେ କାମ କରୁଥିଲେ ଆଇସା ଫିରୋଜ । ସାଥୀରେ କାମ କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇ ଯାଇଥିଲା । କିନ୍ତୁ ଇମ୍‌ରାନଙ୍କ ଘର ଲୋକ ତାଙ୍କର ବିବାହ ଠିକ୍‌ କରିଦେଇଥିବା ଖବର ସେ ଆଇସାଙ୍କୁ ଜଣାଇ ନ ଥିଲେ । ବିବାହ ଦିନ ପାଖକୁ ଆସିବା ପରେ କାରଣ ନ ଜଣାଇ ଚୁପ୍‌ଚାପ୍‌ ମୁମ୍ବାଇରୁ ଭିନ୍ଦ୍‌ ଚାଲି ଆସିଥିଲେ ଇମ୍‌ରାନ । କୌଣସି ସୂତ୍ରରୁ ଆଇସାଙ୍କୁ ଖବର ମିଳିବା ପରେ ସେ ଭିନ୍ଦ୍‌ରେ ଆସି ପହଞ୍ଚିଥିଲେ ।

ଇମ୍‌ରାନଙ୍କ ଘରକୁ ନ ଯାଇ ଆଇସା ପୁଲିସକୁ ସବୁ ଜଣାଇବା ପରେ ପୁଲିସ ଇମ୍‌ରାନଙ୍କ ଘରକୁ ଯାଇ ବିବାହ ରୋକିଥିଲେ । ସୋମବାର ବିବାହ ଥିବା ବେଳେ ସାରା ରାତି ଏହି ମାମଲାକୁ ନେଇ ପଞ୍ଚାୟତ ବସିବା ସହ ମଙ୍ଗଳବାର ସକାଳେ ଆଇସା ଏବଂ ଇମ୍‌ରାନଙ୍କ ବିବାହ କରାଯିବା ବୋଲି ନିଷ୍ପତ୍ତି ନେଇଥିଲା ପଞ୍ଚାୟତ । ଯାହା ପରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର