ପ୍ରାର୍ଥନାରେ ବ୍ୟାଘାତ ସୃଷ୍ଟି ହେବାରୁ ୯ ବର୍ଷର ବାଳକକୁ ବାଉଁଶ ବାଡ଼ିରେ ପିଟି ହତ୍ୟା କଲେ ବୌଦ୍ଧ ସନ୍ୟାସୀ

ବାଙ୍କ୍‌କକ୍‌: ଥାଇଲାଣ୍ଡ୍‌ର କାଞ୍ଚନବୁରିଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବୌଦ୍ଧ ସନ୍ୟାସୀଙ୍କ ମୁଣ୍ଡରେ ଜଣେ ୯ ବର୍ଷିଅ ବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସନ୍ୟାସୀ ଜଣକ ପ୍ରାର୍ଥନା କରୁଥିବା ବେଳେ ବାଳକଟି ଖେଳୁ ଖେଳୁ ତାଙ୍କ ପ୍ରାର୍ଥନାରେ ଅଜାଣତରେ ବ୍ୟାଘାତ ସୃଷ୍ଟି କରିଥିବାରୁ ସନ୍ୟାସୀ ଜଣକ କ୍ରୋନ୍ଧରେ ଆସି ଏପରି କରିଥିଲେ ବୋଲି ଅଭିଯୋଗ ହୋଇଛି। ୬୬ ବର୍ଷିଅ ବୟସ୍କ ଏହି ବୌଦ୍ଧ ସନ୍ୟାସୀ ସୁପୋଚାଇ ସୁଥିୟାନୋ ଏକ ବାଉଁଶ ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବାଳକଟି ପ୍ରଥମେ ମାଡ଼ ଖାଇବା ପରେ ଗୁରୁତର ହୋଇ କୋମାକୁ ଚାଲି ଯାଇଥିଲା। ଗୁରୁବାର ଏକ ହସ୍ପିଟାଲ୍‌ରେ ଚିତିତ୍କାଧୀନ ଅବସ୍ଥାରେ ବାଳକଟିର ମୃତ୍ୟୁ ଘଟିଛି।

କେରଳରେ ସର୍ବାଧିକ ବୁଦ୍ଧ ଧର୍ମୀ ରହିଛନ୍ତି। ପୁଅର ମୃତ୍ୟୁ ପରେ ତାଙ୍କ ମାଆ ଗଣମାଧ୍ୟମରେ ମତ ରଖିଛନ୍ତି କି ‘ମୁଁ କେବେ ବି ଉକ୍ତ ସନ୍ୟାସୀଙ୍କୁ କ୍ଷମା କରିବି ନାହିଁ।’ ବାଳକଟିର ଶରୀର ବ୍ୟବଚ୍ଛେଦ ହୋଇସାରିଛି।

ସମ୍ବନ୍ଧିତ ଖବର