ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଥିବା ଏକ ମହିଳା ହଷ୍ଟେଲରୁ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ମହିଳା ହଷ୍ଟେଲର କବାଟ ଖୋଲା ଥିବା ଦେଖି ଜଣେ ଯୁବକ ଛାତ୍ରୀଙ୍କ ପଲଙ୍କ ତଳେ ପଶି ଯାଇଥିଲା। ପୁଲିସ ଏହି ଘଟଣାରେ ଉକ୍ତ ଯୁବକକୁ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ରବି କୁମାର ବୋଲି ଜଣାପଡ଼ିଛି।

Advertisment

ଛାତ୍ରୀ ଜଣକ ପୁଲିସକୁ ଅଭିଯୋଗ କରି କହିଛନ୍ତି, ରବି କୁମାର ଉକ୍ତ ହଷ୍ଟେଲର ମେସ୍‌ର କାମ କରିଥାଏ। ରାତିରେ ପ୍ରବଳ ଗରମ ହେବା ହେତୁ ସେ  କବାଟ ଖୋଲା ରଖି ଶୋଇଥିଲେ। ସକାଳ ଉଠିଲା ପରେ ପଲଙ୍କ ତଳୁ ଚପଲ ବାହାର କରିବାକୁ ନଇଁ ପଡ଼ିବା ସମୟରେ ସେ ସେଠାରେ ରବିକୁ ଦେଖିଥିଲେ। ଏହାପରେ ଛାତ୍ରୀ ଜଣକଙ୍କ ଭୟଭୀତ ହୋଇ ଏସମ୍ପର୍କରେ ଅନ୍ୟ ଛାତ୍ରୀ ଓ ଓ୍ଵାଡେନ୍‌କୁ ଜଣାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରବିକୁ ଗିରଫ କରି ନେଇଥିଲା।

publive-image

ଅଭିଯୁକ୍ତ ରବିଙ୍କ କହିବାନୁସାରେ, ସେ ଭୁଲରେ ଛାତ୍ରୀଙ୍କ କୋଠରୀକୁ ଚାଲି ଯାଇଥିଲେ। ଏହାପରେ କ’ଣ କରିବେ କିଛି ବୁଝି ନପାରି ପଲଙ୍କ ତଳେ ଲୁଚି ଯାଇଥିଲେ। କିଛି ଖରାପ ମନୋଭାବ ରଖି ସେ ଛାତ୍ରୀଙ୍କ କୋଠରୀକୁ ଯାଇ ନଥିଲେ ବୋଲି ପୁଲିସ ସାମ୍ନାରେ କହିଥିଲେ ରବି।

ପୁଲିସ ମାମଲାର ଯାଞ୍ଚ କରୁଛି। ଯେଉଁ ଅବସ୍ଥାରେ ଯୁବକକୁ ସେଠାରୁ ଉଦ୍ଧାର କରାଯାଇଛି ସେ ହୁଏତ ଛାତ୍ରୀଙ୍କ ସହିତ ଅସଦାଚରଣ ନଚେତ ଚୋରି କରିବାକୁ ଯାଇଥିବା ସନ୍ଦେହ କରାଯାଉଛି।