ପିମ୍ପୁଡି ମରା ପାଉଡର ଖାଇ ପାହାଡ଼ରୁ ଡ଼େଇଁ ପଡ଼ିଲେ ନାବାଳକ

କେଏମ୍ବାଟୁର୍‌ : ଗତ ଶୁକ୍ରବାର ଦିନ କେଏମ୍ବାଟୁରସ୍ଥିତ ୫୦ ଫୁଟ୍‌ ଗଭୀର ପଥର ଖଣି ମଧ୍ୟରୁ ଜଣେ ୧୩ ବର୍ଷ ବୟସ୍କ ନାବାଳକର ମୃତ ଶରୀର ଉଦ୍ଧାର କରାଯାଇଛି। ମୃତକ ଛେତିପଲମ ଗ୍ରାମର ଶିବା ବୋଲି କହିଛି ପୁଲିସ୍‌। ୧୫ ବର୍ଷିିୟା ହରି ଆନନ୍ଦ ଏବଂ ତାଙ୍କ ସାଙ୍ଗ ଶିବା ଇଦ୍ୟାରପଲମର ସରକାରୀ ବିଦ୍ୟାଳୟ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବାର ଜଣାପଡ଼ିଛି। ସେ ଦୁହେଁ ଗୁରୁବାର ଦିନ ବିଦ୍ୟାଳୟକୁ ନ ଯାଇ ପଥରଖଣିକୁ ଯାଇଥିଲେ ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ପଥର ଖଣି ପାଖରେ ଆନନ୍ଦ ହରି ପିମ୍ପୁଡ଼ି ମରା ପାଉଡ଼ର ଖାଉଥିବାର ଶିବଙ୍କର ଜଣେ ପଡ଼ୋଶୀ ଦେଖି ତାଙ୍କ ମାତାପିତାଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ତାଙ୍କ ପିତାମାତା ପହଞ୍ଚିବା ପୂବରୁ ହିଁ ହରି ଅଚେତ ହୋଇଯାଇଥିଲେ ଏବଂ ଶିବ ପାହାଡ଼ ଉପରୁ ତଳକୁ ଡ଼େଇଁ ପଡ଼ିଥିଲେ। ହରିଙ୍କୁ ଉଦ୍ଧାର କରିଯାଇଛି, ବର୍ତ୍ତମାନ ସେ କେଏମ୍ବାଟୁର୍‌ ମେଡ଼ିକାଲ କଲେଜ ହସ୍ପିଟାଲ(ସିଏମସିଏଚ୍‌)ର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଅଗ୍ନିନିର୍ବାପକ ବିଭାଗ ଦୀର୍ଘ ଦୁଇ ଦିନ ଖୋଜିବା ପରେ ଶୁକ୍ରବାର ଦିନ ଶିବାଙ୍କର ଶରୀର ଉଦ୍ଧାର କରିଛି ଏବଂ ବ୍ୟବଛେଦ ପାଇଁ ସିଏମସିଏଚକୁ ପଠାଯାଇଛି। ଛେତିପଲାୟମ୍‌ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର