ଜୟପୁର: ଯୌନ ନିର୍ଯାତନାକୁ ହ୍ରାସ କରିବା ପାଇଁ ଯେତେ ବି ନିୟମ ବାହାରୁଥିଲେ ହେଁ ବିକୃତ ମାନସିକତାକୁ ବଦଳାଇବା ସମ୍ଭବପର ହୋଇପାରୁ ନାହିଁ। ଏମିତି ପରିସ୍ଥିତି ହୋଇପଡ଼ିଛି କି ସମାଜରେ ନା ପୁଅ ନା ଝିଅ କେହି ସୁରକ୍ଷିତ ନାହାନ୍ତି। ନିକଟରେ ଏମିତି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି ଯାହାକି ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

publive-image

ରାଜସ୍ଥାନର ଜଣେ ୧୭ବର୍ଷୀୟ ବାଳକ କିଛି ଅସାମାଜିକ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ପୀଡିତ ଏହି ଭୟାବହ ଘଟଣାକୁ ସୋସିଆଲ ମିଡିଆ ଜରିଆରେ ବୁଧବାର ସେୟାର କରିଛନ୍ତି।

publive-image

ପୀଡିତ ସେ ଦିନର କଷ୍ଟଦାୟକ ଘଟଣାକୁ ମନେ ପକାଇ କହନ୍ତି, ‘ସେଦିନ ଥିଲା ସେପ୍ଟେମ୍ବର ୨୫ ତାରିଖ। ସ୍କୁଲର ଏକ ପ୍ରତିଯୋଗିତାରେ ଭାଗ ନେଇ ଘରକୁ ଫେରୁଥିଲି। ଦିନଦିପହର ସମୟ । ମୁଁ ଏକ ସାର୍ବଜନିନ ଶୌଚାଳୟ ଭିତରକୁ ପରିଶ୍ରା ପାଇଁ ଯାଇଥିଲି। ଏହି ସମୟ ମୋ ପାଇଁ ଏମିତି ହେବ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି। ଯେମିତି ହିଁ ଶୌଚାଳୟ ଭିତରକୁ ଯାଇଥିଲି, ମୁହଁରେ କପଡ଼ା ବାନ୍ଧି ଦୁଇଜଣ ଯୁବକ ମୋ ପଛରେ ଶୌଚାଳୟ ଭିତରକୁ ପଶି ଆସିଥିଲେ ଏବଂ ସେଠାରେ ମୋତେ ଯୌନ ନିର୍ଯାତନା ଦେବା ସହିତ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଶୌଚାଳୟ ପାଖଆଖର କିଛି ଲୋକ ବି ଥିଲେ, କିନ୍ତୁ ସେମାନେ କିଛି ନ ଜାଣିଲା ଭଲି ରହିଥିଲେ।

publive-image

ଏହି ସମୟରେ ମୋତେ ବହୁତ କଷ୍ଟ ହୋଇଥିଲା, ମୁଁ କାନ୍ଦିବାକୁ ଲାଗିଥିଲି । କିନ୍ତୁ ଦୁଇଜଣ ଯୁବକ ମୋତେ ଛାଡ଼ି ନଥିଲେ। ମୁଁ ଜୋରଜୋରରେ କାନ୍ଦିବା ପରେ ଦୁହେଁ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିଲେ। ମୁଁ କ’ଣ କରିବି କିଛି ବୁଝି  ପାରି ନଥିଲି। କିଛି ସମୟ ପରେ ମନକୁ ଦୃଢ଼ କରି ଘରକୁ ଆସିଥିଲି। ସବୁଠାରୁ ବେଶି କଷ୍ଟ ହେଉଛି କି ମୋ ଆଖପାଖରେ ଏମିତି କେହି ନାହାନ୍ତି କି ଯାହାଙ୍କ ସହିତ ମୁଁ ଏହି ଦୁଃଖଦ ଓ କଷ୍ଟଦାୟକ ଘଟଣା ବିଷୟରେ କହିପାରିବି। ଏସବୁ ମୁଁ ଟୁଇଟରରେ ସେୟାର କରିବାକୁ ଏଥିପାଇଁ ଚାହିଁଲି କି ମୁଁ ଜାଣିବାକୁ ଚାହୁଁଛି ମୋତେ ଏବେ କ’ଣ କରିବା ଦରକାର? ମୋତେ ଏହା ବି ଜଣା ନାହିଁ କି ଲୋକମାନେ ମୋ କଥା ବିଶ୍ୱାସ କରିବେ କି ନାହିଁ।

publive-image

ମୋ ପିତା-ମାତା ଏତେ ଶିକ୍ଷିତ ନୁହନ୍ତି। ତାଙ୍କୁ ମୁଁ ଏସବୁ ବିଷୟରେ ଜଣାଇ ଅଧିକ ଚିନ୍ତାରେ ପକାଇବାକୁ ଚାହୁଁ ନାହିଁ। ମୁଁ ଜାଣିଛି ସେ ଏସବୁ କିଛି ବୁଝି ପାରିବେ ନାହିଁ। ମୋର ମା’ ଅଯଥାରେ ଭାଙ୍ଗି ପଡ଼ିବ। ପୁଲିସରେ ଅଭିଯୋଗ ପାଇଁ ବି ଏବେ ମୁଁ ପ୍ରସ୍ତୁତ ନାହିଁ। କିନ୍ତୁ ଏହି ଘଟଣାରୁ ମୁଁ ଶିଖିଛି କି ସମାଜରେ ପୁଅମାନେ ବି ସୁରକ୍ଷିତ ନାହାନ୍ତି। ମୋତେ ଏବେ ଘରକୁ ବାହାରିବାକୁ ଭୟ ଲାଗୁଛି।’