ପାଟନା: ପ୍ରେମିକା ସହିତ ପ୍ରେମିକ କଥା ହେଉହେଉ ଦୁହିଁଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ପ୍ରେମିକ ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ନେଇ ଗତ ସୋମବାର ଖବର ମିଳିଛି। ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛନ୍ତି ମୃତକଙ୍କ ପିତା।

Advertisment

publive-image

ମୃତକ ପ୍ରେମିକଙ୍କ ପ୍ରେମିକା ପୁଲିସ ନିକଟରେ କହନ୍ତି, ଆକାଶ କୁମାର ଓରଫ ବଣ୍ଟି ନିଜ ବେଡରୁମ୍‌ରୁ ମୋ ସହିତ କଥା ହେଉଥିଲେ। ଏକ କଥାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏହାପରେ ସେ ଭିଡିଓ କଲ କରି ଆତ୍ମହତ୍ୟା କରିବେ ବୋଲି ବନ୍ଧୁକ ଆଣି ଗୁଳି ପୁରାଇ ଥିଲେ। ଏହି ଘଟଣା ରବିବାର ରାତି ତିନିଟା ସମୟର। ସେ ପାଖାପାଖି ୨ଘଣ୍ଟା ପର୍ଯ୍ୟନ୍ତ ମୋ ସହିତ କଥା ହୋଇଥିଲେ। ଭିଡିଓ କଲରେ ଆକାଶ ବନ୍ଧୁକରେ ଗୁଳି ପୁରାଇବାର ଦେଖିବା ପରେ ମୁଁ ଭୟଭୀତ ହୋଇଯାଇଥିଲି। ତାଙ୍କୁ ଯେତେ ଶାନ୍ତ କରିବା ଚାହିଁଥିଲି ସେ ଶାନ୍ତ ହୋଇ ନଥିଲେ। ଏହାପରେ ହଠାତ୍‌ ଗୁଳି ଶବ୍ଦ ଶୁଣିବାକୁ ପାଇଥିଲି। ଏହାପରେ ମୁଁ ଆକାଶଙ୍କ ଫୋନ୍‌କୁ ୮୦ଥର କଲ କରିଥିଲି। ଫୋନ୍‌ ନଉଠାଇବାରୁ ମୁଁ ତାଙ୍କ ସାଙ୍ଗ ସୌରଭ ଓ ଚନ୍ଦନକୁ ଫୋନ୍‌ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲି।

publive-image

ଗୁଳି ଶବ୍ଦ ଶୁଣି ଆକାଶଙ୍କ ପରିଜନ ରୁମ୍‌ ପାଖକୁ ଆସି ଦେଖିଲା ବେଳକୁ ପୁଅକୁ ମୃତ ଅବସ୍ଥାରେ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ପୁଲିସ ମୃତଦେହ ନିକଟରେ ବନ୍ଧୁକ ଓ ମୋବାଇଲ ଜବତ କରିଥିଲା।
ପୁଲିସ ମାମଲାର ଫରେନ୍ସିକ ଯାଞ୍ଚ କରୁଛନ୍ତି।

କେହିକେହି ଆକାଶଙ୍କ ପ୍ରେମିକାଙ୍କ ବିବାହ ସ୍ଥିର ହୋଇଥିବାରୁ ଏଭଳି ଘଟଣା ଘଟିଥିବା କହୁଥିବା ବେଳେ, ଅନ୍ୟମାନେ ଆକଶ ପ୍ରେମ କରୁଥିବାରୁ ପରିବାର ଲୋକ ତାକୁ ଅନେକ ଦେଖାଇ ଶୁଣାଇ କହୁଥିଲେ। ଯେଉଁଥିପାଇଁ ସେ ସବୁବେଳେ ଚିନ୍ତାରେ ରହିବା ସହିତ ଚିଡିଚିଡି ସ୍ୱଭାବର ହୋଇଯାଇଥିଲା। ଟିକେ କଥା ରାଗି ଯାଇ ଆତ୍ମହତ୍ୟା କରିଦେବେ ବୋଲି ବି ଧମକ ଦେଉଥିଲେ।