ନୂଆଦିଲ୍ଲୀ: ମୋବାଇଲ୍‌ ଗେମ୍‌ରେ ମିଳୁଥିବା ଟାସ୍କକୁ ପୂରା କରିବା ଜଣେ ନାବାଳକକୁ ମହଙ୍ଗା ପଡ଼ିଛି। ମୋବାଇଲ୍‌ରେ ଟିକ୍‌ଟକ୍‌ ଖେଳ ଖେଳୁଥିବା ସମୟରେ ଜଣେ ୧୨ବର୍ଷ ବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

publive-image Kashmirnews.in

ସୂଚନାଯୋଗ୍ୟ, ବାଳକ ଫାଶି ଦେବା ପୂର୍ବରୁ ଗଳାରେ ମଙ୍ଗଳସୂତ୍ର ଓ ହାତରେ ଚୁଡି ପିନ୍ଧିଥିବାର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ସେ ଏସବୁ ଏଥିପାଇଁ କରିଛି କାରଣ ତାକୁ ଟିକଟକ୍‌ ଗେମ୍‌ରେ ଏମିତି କରିବା ପାଇଁ ଟାସ୍କ ମିଳିଥିଲା। ୧୨ବର୍ଷର ନୀରିହ ବାଳକ ନିଜ ରୁମ୍‌ରେ ଖେଳୁଥିବା ବେଳେ ଅନ୍ୟ ପରିବାର ସଦସ୍ୟ ଘର କାମରେ ବ୍ୟସ୍ତ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗେମ୍‌ରେ ମିଳୁଥିବା ଟାସ୍କକୁ ପୂରା କରିବା ଜିଦ୍‌ରେ ମୋବାଇଲ୍‌ ଗେମ୍‌ ଭିଡିଓକୁ କପି କରି ହାତରେ ବାଳକ ଚୁଡି ଓ ଗଳାରେ ମଙ୍ଗଳସୂତ୍ର ପିନ୍ଧିଥିଲା। ଏବଂ ଏକ ମୋଟା ଚେନ୍‌କୁ ଗଳାରେ ଗୁଡାଇ ହୋଇ ବାଥ୍‌ରୁମ୍‌ରେ ଫାଶି ଦେଇ ଦେଇଥିଲା। ପରିବାର ଲୋକ ପୁଅକୁ ଦେଖି ଏକ ଘରୋଇ ହସ୍‌ପିଟାଲ୍‌ ନେଲା ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଡାକ୍ତର ସେଠାରେ ଉକ୍ତ ନାବାଳକକୁ ମୃତ ବୋଲିି ଘୋଷଣା କରିଥିଲେ। ଏକମାତ୍ର ପୁଅର ଏଭଳି ମୃତ୍ୟୁ ପରେ ପୂରା ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। କାନ୍ଦବୋବାଳିରେ ଘର ଫାଟି ଉଠୁଛି।