ବିନା ନିମନ୍ତ୍ରଣରେ ବିବାହ ଭୋଜିରେ ପହଞ୍ଚି ୧୨ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ନେଇ ଫେରାର ହୋଇଗଲେ ପିଲା

ମଥୁରା: ଉତ୍ତରପ୍ରଦେଶର ମଥୁରାରେ ଚୋର ଗ୍ୟାଙ୍ଗ ଏକ ବଡ଼ ଧରଣର ଲୁଟ କରିଥିବା ଘଟଣା ସାମ୍ନାକୁ ଆସିଛି। ବିବାହ ଭୋଜିରେ ବିନା ନିମନ୍ତ୍ରଣରେ ଆସିଥିବା କିଛି ପିଲା ୧୨ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଲୁଟି ଫେରାର ହୋଇଯାଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟି ଫେରାର ହୋଇଥିବା ଚୋର ଛୋଟ ପିଲା ଥିବା ଜଣାପଡ଼ିଛି। ଏହି ପୂରା ଘଟଣାର ଏକ ଭିଡିଓ ମ୍ୟାରେଜ ଗାର୍ଡନରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ୍‌ ହୋଇ ଯାଇଥିଲା। ପୁଲିସ ସିସିଟିଭି ଆଧାରରେ ମାମଲାର ଯାଞ୍ଚ କରୁଛି।

ଏହି ଘଟଣା ମଥୁରାର ଥାନା ହାଇେଓ୍ଵର ବୋଲି ଜଣାପଡ଼ିଛି। କନ୍ୟାଘର ପକ୍ଷରୁ ପ୍ରେମ ସିଂହକୁ ୧୦ଲକ୍ଷ ଟଙ୍କା ଭେଟି କରାଯାଇଥିଲା। ପ୍ରେମ ସିଂହ ନିଜ ଭଉଣୀକୁ ଆଉ ୨ଲକ୍ଷ ମିଶାଇ ୧୨ଲକ୍ଷ ଟଙ୍କା ଦେଇଥିଲେ। ଭଉଣୀ ଟଙ୍କା ଭର୍ତ୍ତି ବ୍ୟାଗକୁ ହୋଟେଲର ଏକ କଠୋରୀରେ ରଖି ଦେଇ ନିଜ କାମରେ ଲାଗି ପଡ଼ିଥିଲେ। ଏହି ବ୍ୟାଗର ସନ୍ଧାନ ଚୋର ପାଇ ଯାଇଥିଲେ ଓ ସେହି ବ୍ୟାଗ୍‌କୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରିବାର ଲୋକେ ଜାଣିବା ପରେ ପୁଲିସକୁ ଏହାର ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରୁଛି।

ସମ୍ବନ୍ଧିତ ଖବର