ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜଣେ ବିବାହିତ ମହିଳାଙ୍କ ଗଳା ଚିପି ପ୍ରେମିକ ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକାଙ୍କୁ ହତ୍ୟା କରିବା ପରେ ପ୍ରେମିକ ପୁଲିସ ଷ୍ଟେସନରେ ପହଞ୍ଚି ପୁଲିସକୁ ନିଜେ ଘଟଣା ସମ୍ପର୍କରେ ସବୁକିଛି ଜଣାଇଥିଲେ। ଖବର ପାଇ ସୋରାୱ ପୁଲିସ ହୋଟେଲରେ ପହଞ୍ଚି କୋଠରିରେ ପଡ଼ିଥିବା ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଶିବଗଢ଼ ଅଞ୍ଚଳସ୍ଥିତ ହୋଟେଲରେ ୩୫ବର୍ଷର ବିବାହିତ ସୁମନ ତାଙ୍କ ପ୍ରେମିକ ବିବେକ ସହିତ ପହଞ୍ଚିଥିଲେ। ହୋଟେଲରେ ପ୍ରବେଶ ପୂର୍ବରୁ ବିବେକ ସୁମନଙ୍କୁ ନିଜର ସ୍ତ୍ରୀର ପରିଚୟ ଦେଇଥିଲେ। ଏହାପରେ ହୋଟେଲ ରୁମକୁ ନେଇ କିଛି ସମୟ ସୁମନଙ୍କ ସହିତ କଥା ହେବାପରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ହୋଟେଲରୁ ବାହାରି ସିଧା ପୁଲିସ ଷ୍ଟେସନରେ ପହଞ୍ଚିଥିଲେ।
ପୁଲିସକୁ ସାମ୍ନାରେ ପାଇ ବିବେକ କହିଥିଲେ, ‘ମୁଁ ମୋର ମହିଳାସାଥୀ ଅର୍ଥାତ ମୋର ବିବାହିତ ପ୍ରେମିକାଙ୍କୁ ହତ୍ୟା କରି ଦେଇଛି। ଯାହାଙ୍କ ମୃତଦେହ ହୋଟେଲ ରୁମରେ ପଡ଼ି ରହିଛି। ମୋର ସୁମନଙ୍କୁ ହତ୍ୟା କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ସୁମନଙ୍କ ବାହାଘର ହୋଇସାରିଥିବା ସତ୍ତ୍ବେ ସେ ମୋତେ ବିବାହ କରିବା ପାଇଁ ଚାପ ପକାଉଥିଲେ। ଏମିତି କି ୫ଲକ୍ଷ ଟଙ୍କା ବି ଦାବି କରୁଥିଲେ। ୫ଲକ୍ଷ ଟଙ୍କା ନଦେଲେ ସେ ମୋ ଉପରେ ମିଥ୍ୟା ଅଭିଯୋଗ କରିବେ ବୋଲି ବି ଧମକ ଦେଉଥିଲେ। ବାରମ୍ବାର ଏଭଳି ଧମକରେ ମୁଁ ବିରକ୍ତ ହୋଇ ଶେଷରେ ତାଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲି।
ସୁମନଙ୍କ ୧୬ବର୍ଷ ପୂର୍ବେ ବିବାହ ରାମଆସରେଙ୍କ ସହିତ ହୋଇଥିଲା। ବିବାହ ପରେ ସୁମନଙ୍କ ଦୁଇଟ ସନ୍ତାନ ବି ଅଛନ୍ତି। ରାମଆସରେଙ୍କ ସହିତ ତାଙ୍କର ବିବାଦ ଲାଗିବା ପରେ ସେ ଅନେକ ବର୍ଷ ହେବ ଆସି ନିଜ ବାପଘରେ ରହୁଥିଲେ। ଏହି ସମୟରେ ସୁମନଙ୍କ ଓ ମୋର ପରିଚୟ ହୋଇଥିଲା। ସୁମନ ମୋତେ ଭଲ ପାଇ ବସିଥିଲେ ଓ ବିବାହ ପାଇଁ ଚାପ ପକାଉଥିଲେ।‘
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/GQaoD3QrjB3N7HrmUQQL.jpg)
