ନୂଆଦିଲ୍ଲୀ: ଜଣେ ଯୁବତୀ ଅଭିଯୋଗ କରିଛନ୍ତି କି ତାଙ୍କ ପ୍ରେମିକ ତାଙ୍କୁ ଜୋରଜବରଦସ୍ତି ଭିକ ମାଗିବା ପାଇଁ ବାଧ୍ୟ କରିଥିଲା। କେବଳ ଏତିକି ନୁହେଁ ସେ ଭିକ ମାଗି ଯେତିକି ଅର୍ଥ ରୋଜଗାର କରୁଥିଲେ ସେଇ ଟଙ୍କାକୁ ତାଙ୍କ ପ୍ରେମିକ ନେଇ ଅଯଥା ଖର୍ଚ୍ଚ କରି ଦେଉଥିଲା। ଏମିତିକି ସେ ଯେତିକି ଟଙ୍କା କହିଥାଏ ଯଦି ଯେତିକି ଟଙ୍କା ନମିଳେ ପ୍ରେମିକ ବାଡେଇ ଥାଏ। କିଛି ନପାଇଲେ ଅନେକ ସମୟରେ ପେଚକସରେ ବି ଆକ୍ରମଣ କରିଥାଏ।
୨୨ବର୍ଷର ପୀଡିତା କହିଛନ୍ତି, ତାଙ୍କ ପ୍ରେମିକ କାଇଲ ହେଲମ ତାଙ୍କୁ ସବୁବେଳେ ହଇରାଣ କରୁଥିଲା। ଏମିତି କି ତାଙ୍କ ସାଙ୍ଗ ଓ ପରିବାର ଠାରୁ ବି ଦୂରେଇ ଦେଇଥିଲା। ଏକଦା କାଇଲ ମଦ ପିଇ ଆସି ତାଙ୍କୁ ମାଡ ମାରିଥିଲା। ପରେ କ୍ଷମା ମାଗି ଆଉ ଏମିତି କେବେ କରିବ ନାହିଁ ବୋଲି ବି କହିଥିଲା। କିନ୍ତୁ ଦିନକୁ ଦିନ କାଇଲର ଅତ୍ୟାଚର ବଢ଼ିବାକୁ ଲାଗିଲା। ସେ ତାଙ୍କୁ ବନ୍ଧକ କରି ରଖିଲା। ସମସ୍ତ ଟଙ୍କା ନେଇଯିବା ସହ ଏଟିଏମ କାର୍ଡକୁ ନିଜ ପାଖରେ ରଖିଥିଲା।
/sambad/media/post_attachments/ead1e513e5b97a6ec516dfea33eac6eae2bfb86af28a53e9b52fa553281129a1.jpg)
ପୀଡିତାଙ୍କ କହିବାନୁସାରେ, ୨୦୧୮ରେ କାଇଲ କିଛି ଭିକାରିଙ୍କୁ ଭେଟିଥିଲା। ଏହାପରେ ସେ ଆସି ତାଙ୍କୁ ଭିକ ମାଗିବାକୁ ବାଧ୍ୟ କରିଥିଲା। ପୀଡିତା ବି ଭିକ ମାଗିଥିଲେ। ଭିକ ମାଗି ଯେତିକି ଟଙ୍କା ପାଉଥିଲେ ତାକୁ ତାଙ୍କ ପ୍ରେମିକ ନେଇ ଯାଉଥିଲା। ମନା କରିବାରୁ ପେଚକସରେ ଆକ୍ରମଣ କରି ତାଙ୍କୁ କ୍ଷତାକ୍ତ କରି ଦେଉଥିଲା।
ଏକଦା ରାସ୍ତାରେ କାଇଲ ପିଟୁଥିବା ସମୟରେ ଜଣେ ମହିଳା ଦେଖି ତାଙ୍କୁ ଉଦ୍ଧାର କରି ଘରୁ ଆଣି ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଇଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ଅଭିଯୁକ୍ତ ବୟଫ୍ରେଣ୍ଡକୁ ୪ବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Boyfriend-Forcefully-Makes-His-Gilfriend-to-Beggar_Thumbnail.jpg)