ନୂଆଦିଲ୍ଲୀ: ନିଜର ଛଅ ମାସର ପ୍ରେମ ସଂପର୍କକୁ ଛିନ୍ନ କରିବାର ନିଷ୍ପତ୍ତି ନେଇଥିବାରୁ ଦିଲ୍ଲୀର ଜଣେ ୨୩ ବର୍ଷିଅ ଯୁବକ ତାଙ୍କର ନାବାଳିକା ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ଜଣକ ଜିତେନ୍ଦ୍ର କୁମାର ଶର୍ମା। ଯୁବକ ଜଣକ ଗତ ମାସ ତାଙ୍କ ହାତରେ ବ୍ଲେଡ୍ରେ କାଟି ନିଜ ପ୍ରେମିକାଙ୍କ ନାମ ଲେଖିଥିବା ବି ସୂଚନା ରହିଛି। ଜିତେନ୍ଦ୍ରଙ୍କୁ ଯେତେବେଳେ ତାଙ୍କ ପ୍ରେମିକା ସଂପର୍କ ଛିନ୍ନ କରିବା କଥା କହିଥିଲେ ସେ ପ୍ରଥମେ ରାଜି ହୋଇ ନଥିଲେ। ମାତ୍ର ପ୍ରେମିକା ସଂପର୍କ ଛିନ୍ନ କରିବାକୁ ଜିଦ୍ କରିବାକୁ ଜିତେନ୍ଦ୍ର ରାଗରେ ଆସି ତାଙ୍କର ହତ୍ୟା କରିିଥିବା ଜାଣିବାକୁ ମିଳିଛି।
ଶେଷ ଦେଖା କରିବା ପାଇଁ ସୋମବାର ଦିନ ଜିତେନ୍ଦ୍ର ଓ ତାଙ୍କ ପ୍ରେମିକା ପରସ୍ପରଙ୍କୁ ଭେଟିଥିଲେ। ସେମାନେ ୮ ଫୁଟ୍ର ଏକ କାନ୍ଥ ଉପରେ ବସି ଆଲୋଚନା କରୁଥିଲେ। ସେହି ସମୟରେ ଜିତେନ୍ଦ୍ର କ୍ରୋଧାନ୍ଵିତ ହୋଇ ତାଙ୍କ ପ୍ରେମିକାଙ୍କୁ ତଳକୁ ଠେଲି ଦେଇଥିଲେ। ପୀଡ଼ିତା ଜଣକ କାନ୍ଥରୁ ପଡ଼ିବା ପରେ ବି ନିଶ୍ୱାସ ନେଉଥିଲେ। ଜିତେନ୍ଦ୍ର ଯେତେବେଳେ ଜାଣିବାକୁ ପାଇଲେ ଯେ ସେ ନିଶ୍ୱାସ ନେଉଛି ସେ ତତ୍କ୍ଷଣାତ ତାଙ୍କ ପ୍ରେମିକାକୁ ନେଇ ଏବ ବୁଦା ଭିତରେ ତଣ୍ଟି ଚିପି ତାଙ୍କର ହତ୍ୟା କରିଥିଲେ। ମୃତ ପ୍ରେମିକାର ମୋବାଇଲ୍ ଫୋନ୍ରୁ ସୂଚନା ପାଇ ପୁଲିସ୍ ଜିତେନ୍ଦ୍ରକୁ ଗିରଫ କରିଛି।