ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ଇଞ୍ଜିନିୟର ନିଜ ଗାର୍ଲଫ୍ରେଣ୍ଡ ସହିତ ଉଠାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ସାଙ୍ଗମାନଙ୍କ ସହିତ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ରେ ସେୟାର କରୁଥିବା ନେଇ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଓ ପୀଡିତା ଗୋଟିଏ ଅଫିସରେ କାମ କରନ୍ତି। ଦୁହିଁଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ଥିଲା ବୋଲି ସୂଚନା ମଳିଛି।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ବୟଫ୍ରେଣ୍ଡ ନାଗେଶ୍ୱର ରାଓ ତାଙ୍କ ସହିତ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉଠାଇଥିଲା। ଯାହାକୁ ସେ ତାର ସାଙ୍ଗମାନଙ୍କ ସହିତ ସେୟାର କରିଥିଲା। ଏହି ଘଟଣା ସମ୍ପର୍କରେ ପୀଡିତା ତାଙ୍କର ଜଣେ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଥିଲେ କି, ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ହ୍ଵାଟସ୍ ଆପ୍ ଗ୍ରୁପ୍ରେ ଘୁରି ବୁଲୁଛି। ତା’ପରେ ସେ ତାଙ୍କ ବୟଫ୍ରେଣ୍ଡ ରାଓକୁ ଏହି ଘଟଣା ସମ୍ପର୍କରେ କହିଥିଲେ। ସେ କିନ୍ତୁ କିଛି ନଜାଣିଲା ଭଳି ଅଭିନୟ କରୁଥିଲା ଓ ପୀଡିତା ଯାହାବି କହୁ ଥିଲେ ତାଙ୍କ କଥାକୁ ଅଣଦେଖା କରୁଥିଲା।
ଏହା ପରେ ପୀଡିତା ବୟଫ୍ରେଣ୍ଡ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ନାଗେଶ୍ୱର ରାଓକୁ ଗିରଫ କରିବା ସହିତ ତା’ଠାରୁ ମୋବାଇଲ ଫୋନ୍ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।