ନୂଆଦିଲ୍ଲୀ: ଜଣେ ପ୍ରେମିକା ତାର ପ୍ରେମିକର ଗୁପ୍ତାଙ୍ଗକୁ ପଥରରେ ଛେଚିବାର ଏକ ଅଦ୍ଭୁତ ମାମଲା ଅମରାବତି ସହରର ଅର୍ଜୁନ୍ ନଗରରୁ ସାମ୍ନାକୁ ଆସିଛି। ଏହି ମାମଲାରେ ପୀଡିତ ରକ୍ତରେ ଲହୁଲୁହାଣ ହୋଇପଡ଼ିଥିଲା। ପୀଡିତଙ୍କ ଚିକିତ୍ସା ଆଇସିୟୁରେ ଚାଲିଛି। ଏହି ଘଟଣାକୁ ନେଇ ପୀଡିତ ମା’ ଗାଡଗେ ନଗର ପୁଲିସ ଷ୍ଟେସନ୍ରେ ମାମଲା ରୁଜୁ କରିଛନ୍ତି। ପୁଲିସ ପ୍ରେମିକା ବିରୋଧରେ ୩୨୪, ୩୨୬ ଆଧାରରେ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ପୀଡିତ ଏମ.ଏସସି ଛାତ୍ର ଅଟନ୍ତି। ସେ ଅର୍ଜୁନ ନଗର ଅଞ୍ଚଳରେ ବସବାସ କରନ୍ତି। ଅଭିଯୁକ୍ତା ଯୁବତୀଙ୍କ ସହିତ ୩ରୁ ୪ ବର୍ଷ ହେବ ପୀଡିତଙ୍କ ପ୍ରେମସମ୍ବନ୍ଧରେ ଥିଲା। ତେବେ ଯୁବତୀଙ୍କ ଖରାପ ସ୍ୱଭାବ ପାଇଁ ସେ ଏଥିରୁ ନିଜକୁ ନିବୃତ୍ତ ରଖିଥିଲେ। କେବଳ ଏତିକି ନୁହେଁ ପ୍ରେମିକାଠାରୁ ପିଛା ଛଡାଇବା ପାଇଁ ସେ କଲେଜ ବି ବଦଳାଇ ଦେଇଥିଲେ। ସବୁକିଛି କରିଲା ପରେ ବି ପ୍ରେମିକା ତାଙ୍କ ପିଛା ଛାଡ଼ି ନଥିଲା। ପ୍ରେମିକା ବି ସେହି କଲେଜରେ ନାମ ଲେଖାଇଥିଲା।
ମଙ୍ଗଳବାର ଜୁଲାଇ ୨୩ ତାରିଖ ଘଟଣା ଘଟିବା ଦିନ ପୀଡିତ ନିଜ ସାଙ୍ଗମାନଙ୍କ ସହ ଛିଡା ହୋଇଥିଲେ। ଏହି ସମୟରେ ତାର ପ୍ରେମିକା ଆସି ଗଣ୍ଡଗୋଳ ଆରମ୍ଭ କରିଥିଲା। ପ୍ରେମିକ କିନ୍ତୁ ସମସ୍ତ ସାମ୍ନାରେ ହଙ୍ଗାମା ସୃଷ୍ଟି କରିବାକୁ ଚାହୁଁ ନଥିଲେ। ତେଣୁ ସେ ଗାଡ଼ି ନେଇ ସେଠାରୁ ଚାଲି ଆସିଥିଲେ।
ପୀଡିତ ଗାଡ଼ିରେ ନିଜ ଘରକୁ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ପ୍ରେମିକା ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। କେବଳ ଏତିକି ନୁହେଁ ଗାଡ଼ିରୁ ତଳେ ପଡ଼ିଥିବା ଅବସ୍ଥାରେ ପ୍ରେମିକା ପ୍ରେମିକର ଗୁପ୍ତାଙ୍ଗକୁ ପଥରରେ ଛେଚିବାକୁ ଲାଗିଥିଲା। ଏଥିରେ ପ୍ରେମିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ସ୍ଥାନୀୟଲୋକେ ତାଙ୍କୁ ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)