ସ୍କୁଟିରେ ଦୁଇ ଯୁବକଙ୍କ ଲିପ୍-ଲକ୍ ଚୁମ୍ବନ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଚଳନ୍ତା ସ୍କୁଟିରେ ‌ଯୁବକ ଓ ଯୁବତୀ ଚୁମ୍ବନ ଦିଆନିଆ ହେଉଥିବା ଘଟଣାକୁ ନେଇ ନିକଟରେ କିଛି ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ପୁଲିସ ହାତରେ ପଡ଼ିବା ପରେ ସେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀଙ୍କୁ ଦଣ୍ଡ ବି ଦେଇଥିବା ଜଣାପଡ଼ିଥିଲା।

ଏହି କ୍ରମ‌ରେ ଏମିତି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ଛାୟାରେ ଘଟିଥିବା କୁହାଯାଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ତିନିଜଣ ଯୁବକ ଏକ ସ୍କୁଟିରେ ବସି ରାସ୍ତାରେ ଯାଉଛନ୍ତି। ଏହି ସମୟରେ ମଝିରେ ବସିଥିବା ଯୁବକ ଜଣକ ତାଙ୍କ ପଛରେ ବସିଥିବା ଯୁବକଙ୍କୁ ଲିପ-ଲକ ଚୁମ୍ବନ ଦେଉଛନ୍ତି।

 

ତେବେ ଏହି ଦୃଶ୍ୟକୁ ଦେଖି ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଯାତ୍ରୀମାନେ ନିଜର ଫୋନରେ ଏହାକୁ କୈଦ କରି ନେଇଥିଲେ। ଏହି ଭିଡିଓକୁ ଟୁଇଟରରେ ଦିଲ୍ଲୀପ ନାମକ ବ୍ୟବହାରକାରୀ ଟୁଇଟ କରିଛନ୍ତି। ଆଉ ଲେଖିଛନ୍ତି, ‘ରାମପୁରରେ ଚଳନ୍ତା ସ୍କୁଟିରେ ଲିପ-ଲକ ଚୁମ୍ବନ ଦେଉଛନ୍ତି ଯୁବକ, ଏଠାରେ ଯୁବକ ବି ସୁରକ୍ଷିତ ନାହାନ୍ତି।’

ଏହି ଘଟଣାକୁ ନେଇ ପୁଲିସ କହିଛି, ‘ଏହାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି।’

 

ସମ୍ବନ୍ଧିତ ଖବର