ନୂଆଦିଲ୍ଲୀ : ଆଜିକାଲିର ଦୁନିଆରେ କେତେ ନିଷ୍ଠୁର ଲୋକ ଅଛନ୍ତି ତାହା ଆପଣମାନେ ଘଟୁଥିବା ଘଟଣାରୁ ଜାଣି ପାରୁଥିବେ । ଏଭଳି ଲୋକଙ୍କ କବଳରେ ଆସି ନୀରିହ ଲୋକମାନେ ଅସୁବିଧାରେ ପଡ଼ିବା ସହ ନିଜ ଜୀବନ ହାରି ବସନ୍ତି । ସେଭଳି ଏକ ଘଟଣା ଘଟିଛି ଦିଲ୍ଲୀର ରୋହିଣୀରେ । ବଧୂ ବେଶରେ ଶାଶୁ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ନିଶା ଦେବିଦାସ ବିବାହର ୧୦ଦିନ ପୂର୍ବରୁ ନିଜ ଜୀବନ ହାରି ଦେଇଛନ୍ତି । ଏହି ଘଟଣା ଘଟିବା ପରେ ସେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କର ପୁରୁଣା ପ୍ରେମିକଙ୍କ ପ୍ରତାରଣା ପାଇଁ ସେ ଏପରି କରିଥିବା ଜଣା ପଡ଼ିଛି । ଏ ସବୁରୁ ମୁକ୍ତି ପାଇବା ପାଇଁ ସେ ବିଷ ପିଇବା ସହ ଏହାର ଏକ ଭିଡ଼ିଓ କରି ତାଙ୍କ ପୁରୁଣା ପ୍ରେମିକଙ୍କୁ ପଠାଇଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/01/nintchdbpict000380829688-187x300.jpg)
ନିଶାଙ୍କ ପୁରୁଣା ପ୍ରେମିକ ତାଙ୍କୁ ବାରମ୍ବାର ବ୍ଲାକ୍ମେଲ କରୁଥିବାରୁ ବିବଶ ହୋଇ ସେ ଏପରି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିବାହର ପ୍ରଲୋଭନ ଦେଖାଇ ମୋ ଭଉଣୀର ପୁରୁଣା ପ୍ରେମିକ ନିଖିଲ ବୋରକାର ତାକୁ ବ୍ୟବହାର କରିବା ପରେ ତାକୁ ଧୋକା ଦେଇଥିଲା । ଏହା ପରେ ମୋ ଭଉଣୀ ଅନ୍ୟ ଜାଗାରେ ବିବାହ କରୁଥିବା ଜାଣି ସେ ବ୍ଲାକ୍ମେଲ କରିବା ଆରମ୍ଭ କରିଦେଇଥିଲା । ବାରମ୍ବାର ଏପରି ହେବାରୁ ମୋ ଭଉଣୀ ବିରକ୍ତ ହୋଇ ଏପରି ପଦକ୍ଷପ ନେଇଥିଲା ବୋଲି ନିଶାଙ୍କ ଭାଇ ରବି କାଭ୍ଲେ କହିଛନ୍ତି ।
/sambad/media/post_attachments/wp-content/uploads/2018/01/unilad_1517138775_725x725-214x300.jpg)
ତେବେ ପ୍ରକୃତ ସତ୍ୟ କ’ଣ ତାହା ଜଣା ପଡ଼ି ନାହିଁ । ପୁଲିସ ତଦନ୍ତ ଚଳାଇଥିବା ବେଳେ ନିଖିଲ ଏଥିପାଇଁ ଦାୟୀ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।