ପୁରୁଣା ପ୍ରେମିକର ବ୍ଲାକ୍‌ମେଲର ଶିକାର ଯୁବତୀ ବିବାହର ୧୦ ଦିନ ପୂର୍ବରୁ ଆତ୍ମହତ୍ୟା କଲେ

1

ନୂଆଦିଲ୍ଲୀ : ଆଜିକାଲିର ଦୁନିଆରେ କେତେ ନିଷ୍ଠୁର ଲୋକ ଅଛନ୍ତି ତାହା ଆପଣମାନେ ଘଟୁଥିବା ଘଟଣାରୁ ଜାଣି ପାରୁଥିବେ । ଏଭଳି ଲୋକଙ୍କ କବଳରେ ଆସି ନୀରିହ ଲୋକମାନେ ଅସୁବିଧାରେ ପଡ଼ିବା ସହ ନିଜ ଜୀବନ ହାରି ବସନ୍ତି । ସେଭଳି ଏକ ଘଟଣା ଘଟିଛି ଦିଲ୍ଲୀର ରୋହିଣୀରେ । ବଧୂ ବେଶରେ ଶାଶୁ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ନିଶା ଦେବିଦାସ ବିବାହର ୧୦ଦିନ ପୂର୍ବରୁ ନିଜ ଜୀବନ ହାରି ଦେଇଛନ୍ତି । ଏହି ଘଟଣା ଘଟିବା ପରେ ସେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କର ପୁରୁଣା ପ୍ରେମିକଙ୍କ ପ୍ରତାରଣା ପାଇଁ ସେ ଏପରି କରିଥିବା ଜଣା ପଡ଼ିଛି । ଏ ସବୁରୁ ମୁକ୍ତି ପାଇବା ପାଇଁ ସେ ବିଷ ପିଇବା ସହ ଏହାର ଏକ ଭିଡ଼ିଓ କରି ତାଙ୍କ ପୁରୁଣା ପ୍ରେମିକଙ୍କୁ ପଠାଇଥିବା ଜଣାପଡ଼ିଛି ।

the sun

ନିଶାଙ୍କ ପୁରୁଣା ପ୍ରେମିକ ତାଙ୍କୁ ବାରମ୍ବାର ବ୍ଲାକ୍‌ମେଲ କରୁଥିବାରୁ ବିବଶ ହୋଇ ସେ ଏପରି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିବାହର ପ୍ରଲୋଭନ ଦେଖାଇ ମୋ ଭଉଣୀର ପୁରୁଣା ପ୍ରେମିକ ନିଖିଲ ବୋରକାର ତାକୁ ବ୍ୟବହାର କରିବା ପରେ ତାକୁ ଧୋକା ଦେଇଥିଲା । ଏହା ପରେ ମୋ ଭଉଣୀ ଅନ୍ୟ ଜାଗାରେ ବିବାହ କରୁଥିବା ଜାଣି ସେ ବ୍ଲାକ୍‌ମେଲ କରିବା ଆରମ୍ଭ କରିଦେଇଥିଲା । ବାରମ୍ବାର ଏପରି ହେବାରୁ ମୋ ଭଉଣୀ ବିରକ୍ତ ହୋଇ ଏପରି ପଦକ୍ଷପ ନେଇଥିଲା ବୋଲି ନିଶାଙ୍କ ଭାଇ ରବି କାଭ୍‌ଲେ କହିଛନ୍ତି ।

indiatimes.com

ତେବେ ପ୍ରକୃତ ସତ୍ୟ କ’ଣ ତାହା ଜଣା ପଡ଼ି ନାହିଁ । ପୁଲିସ ତଦନ୍ତ ଚଳାଇଥିବା ବେଳେ ନିଖିଲ ଏଥିପାଇଁ ଦାୟୀ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. urmi Ganguly says

    Some girls who are in love with any person other than their caste and during the love period regularly had Sex with him and subsequently when the Girls Parents arrange a marriage they commit suicide to survive from the past sex deeds with other person to whom she had physical connections and love for satisfaction of physical desire.
    In Delhi some of the Female are loving others and consummating regular Sex and remaining alone without marriage and enjoying with many in a span of time.Due to this reason in Panchakula in Punjab Ram Rahim Singh has started a big Sex Bazaar in a Gufa and impregnated many female and finally he is in Jail.