ନୂଆଦିଲ୍ଲୀ: ଦୁଇ ଦିନ ପୂର୍ବେ ଅର୍ଥାତ ଫେବୃଆରି ୨୧ ତାରିଖରେ ଘରକୁ ବରଯାତ୍ରୀ ଆସିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିଲା।  କିନ୍ତୁ ଏହାପୂର୍ବରୁ ଏମିତି କିଛି ଘଟଣା ଘଟିଲା ଯାହାକୁ ନେଇ କନ୍ୟା ଘର ଲୋକଙ୍କ ସବୁ ଆଶା ପାଣିଫଟକା ଭଳି ମେଳାଇ ଯାଇଥିଲା।

Advertisment

ବିବାହ  ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବରଙ୍କ ବାପା ଓ ଭିଣୋଇ କନ୍ୟା ଘର ଲୋକଙ୍କୁ ୧୧ଲକ୍ଷ ଟଙ୍କା ଓ ଏକ ବୁଲେଟ ଦାବି କରିଥିଲେ। କନ୍ୟା ପିତା ଉଭୟଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବରଙ୍କ ବାପା ଓ ଭିଣୋଇ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ।

ଏହି ସମୟରେ କନ୍ୟାଙ୍କ ବାପା କହିଥିଲେ, ‘ କନ୍ୟା ଦାନ ସହିତ ‌ବିବାହ ତ ୧ଟଙ୍କାରେ ସ୍ଥିର ହୋଇଥିଲ। ଏବେ ସମସ୍ତ ପସ୍ତୁତି ସରିଥିବା ବେଳେ ଏଭଳି ଦାବି ମୁଁ ପୁରଣ କରି ପାରିବି ନାହିଁ । ବାଧ୍ୟ ହୋଇ ମୁଁ ପୁଲିସର ସାହାଯ୍ୟ ନେବି।’

ଏହି ଘଟଣାଟି ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାର ସିମ୍ବାବଲି ପୁଲିସ ଷ୍ଟେସନ ଅଧୀନରେ ଥିବା ବାହାଦୁରଗଡ ଅଞ୍ଚଳର ଖେଡା ଗ୍ରାମରେ ଘଟିଛି। ଏଠାରେ ରହୁଥିବା ପ୍ରଦୀପ କୁମାର ଚାରିମାସ ପୂର୍ବେ ସିମ୍ବାବଲିରେ ରହୁଥିବା ଅର୍ଜୁନଙ୍କ ପୁଅ ଦେବେନ୍ଦ୍ରଙ୍କ ସହିତ ତାଙ୍କ କନ୍ୟାଙ୍କ ବିବାହ ସ୍ଥିର କରିଥିଲେ।

ପ୍ରଦୀପ କହିଛନ୍ତି ଯେ, ‘ ବିବାହ ସମୟରେ ୧ଟା ଦେବାକୁ ବର ଘର ଲୋକ କହିଥିଲେ।  ଫେବୃଆରି ୨୦ରେ ନିର୍ବନ୍ଧ ଥିବା ବେଳେ ବର ଘରର ଲୋକ ହଠାତ ୧୧ଲକ୍ଷ ଟଙ୍କା ଓ ବୁଲେଟ ଦାବି କରିଥିଲେ। ଏହି ଦାବି ପୁରଣ ନେହେଲେ ସେମାନେ ବିବାହ ଭାଙ୍ଗି ଦେବେ ବୋଲି ବି କହିଥିଲେ।’